କୋରାପୁଟ ମାଟିଖାଲ ଗାଁରେ ପୋଲିସ ଉପରକୁ ଆକ୍ରମଣ ଘଟଣା: ଗାଁ ଏବେ ପୁରୁଷଶୂନ୍ୟ

କୋରାପୁଟ(କେନ୍ୟୁଜ୍):ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ । କୋରାପୁଟ ଜିଲ୍ଲା ମାଟିଖାଲ ଗାଁରେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ପୁରୁଷଶୂନ୍ୟ ହୋଇଛି ଗାଁ । ଗାଁର ଘରେ ଘରେ ପଶି ଯାଞ୍ଚ କରୁଛି ପୋଲିସ । ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ବେଳେ ଧନୁ ତୀର, ଟାଙ୍ଗିଆ ଏବଂ କିଛି ମାରଣାସ୍ତ୍ର ଜବତ କରାଯାଇଛି । ଗତ ଶୁକ୍ରବାର ଦିନ ଗଞ୍ଜେଇ ଚାଲାଣ ଖବରପାଇ ମାଲକାନଗିରି ପୋଲିସ ରେଡ୍‌ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିଲା ।

ଚଢଉ ବେଳେ ୪ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ ଗ୍ରାମବାସୀ । ମାଛକୁଣ୍ଡ ପୋଲିସ ପହଞ୍ଚି ମାଲକାନଗିରି ପୋଲିସଙ୍କୁ ଉଦ୍ଧାର କରିଥିଲା । ବର୍ତ୍ତମାନ ଗାଁରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.