ମହିଳାଙ୍କୁ ଗାଁ ଇଲେଟ୍ରିକ ଖୁଣ୍ଟାରେ ବାନ୍ଧିଲେ ମହିଳା

ନରସିଂହପୁର : ଧକ୍କା କରି ଫେରାର ଥିବା ଅଲେଖ ରଣାଙ୍କୁ ପୋଲିସ ଗିରଫ ନକରିବା  ପ୍ରତିବାଦ କରି ଅଲେଖଙ୍କ ସ୍ତ୍ରୀକୁ  ଗାଁ ଇଲେଟ୍ରିକ ଖୁଣ୍ଟାରେ ବାନ୍ଧିଲେ ମହିଳା  | ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା  କୋକଳବା ଗ୍ରାମରେ |

ସୂଚନା ଅନୁଯାଇ, ୩ ଦିନ ତଳେ କୋକଳବା ଗ୍ରାମର ରାଜେନ୍ଦ୍ର ନାୟକ ଓ କିଛି ସାଙ୍ଗ ବାହାରେ ବସିଥିବାବେଳେ ସେହି ଗ୍ରାମର  ଅଲେଖ ରଣା ରାଜେନ୍ଦ୍ର ନାୟକଙ୍କୁ ଆସି  ଧକ୍କା କରି ପଳାଇଯାଇଥିଲା | ଫଳରେ  ରାଜେନ୍ଦ୍ର ନାୟକଙ୍କ ପରିବାର ଅଲେଖ ରଣାଙ୍କ ଘରକୁ ପଚାରିବାକୁ ଯିବାବେଳେ ଅଲେଖ ରଣା ଛୁରୀ ମାଡ କରିଥିବା ଅଭିଯୋଗ ହୋଇଛି |

ଫଳରେ ୩ ଜଣଙ୍କ ଭିତରୁ ପିଣ୍ଟୁ  ନାୟକ ଗୁରୁତର ହୋଇ କଟକରେ  ଚିକିତ୍ସିତ ହେଉଥିବା ବେଳ ଆଉ ଦୁଇଜଣ  ଭଲ ହୋଇ ଘରକୁ ଫେରିଛନ୍ତି  | ଏନେଇ ରାଜେନ୍ଦ୍ରଙ୍କ ପରିବାର ତରଫରୁ ନରସିଂହପୁର ଥାନାରେ ଏତେଲା  ଦେଇଥିଲେ ବି  ପୋଲିସ କିଛି ନକରିବାରୁ ଆଜି ଆଇନକୁ ହାତକୁ ନେବା ସହ  ଅଲେଖ ରଣା ସ୍ତ୍ରୀଙ୍କୁ ବାନ୍ଧିଛନ୍ତି | କିଛି  ସମୟ ପରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି |