ଲଢୁଆ ପୁଅ ସଚ୍ଚିଦାନନ୍ଦଙ୍କ ବିରତ୍ୱକୁ ମନେପକାନ୍ତି ଗ୍ରାମବାସୀ ଓ ସ୍ଥାନୀୟଲୋକେ

ଆଳି : କାର୍ଗିଲ ବିଜୟ ଦିବସରେ ମନେପଡ଼ନ୍ତି ସହିଦ ସଚ୍ଚିଦାନନ୍ଦ ମଲ୍ଲିକ ।  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କଣ୍ଡିଆ ଗାଁର ସଚ୍ଚିଦାନନ୍ଦ ମଲ୍ଲିକ। ଆଜକୁ ଠିକ ୨୫ବର୍ଷ ତଳେ କାର୍ଗିଲ ଯୁଦ୍ଧରେ ଶତ୍ରୁପକ୍ଷ ଗୁଳିରେ ଟଳି ପଡ଼ିଥିଲେ ସଚ୍ଚିଦାନନ୍ଦ ।  ହେଲେ ଆଜିବି ସ୍ଥାନୀୟଲୋକେ ଭୁଲିନାହାନ୍ତି ସେହି ଲଢୁଆ ପୁଅ ସଚ୍ଚିଦାନନ୍ଦକୁ । ତାଙ୍କର ସେହି ବିରତ୍ୱ ପାଇଁ ଗର୍ଵକରନ୍ତି ଗ୍ରାମବାସୀ ଓ ସ୍ଥାନୀୟଲୋକେ ।

ଜିଲା ପ୍ରଶାସନ ପକ୍ଷରୁ କଣ୍ଡିଆଫାଣ୍ଡି ସମ୍ମୁଖରେ ଥିବା ସହିଦ ସ୍ମୃତିସ୍ତମ୍ବରେ ପ୍ରତିବର୍ଷ ଗ୍ରାମବାସୀ, ଓ ସ୍ଥାନୀୟ କ୍ଳବର ସଦସ୍ୟମାନେ ଏକାଠି ହୋଇ ପୁଷ୍ପମାଲ୍ୟ ଅର୍ପଣକରିବା ସହିତ ସହିଦ ସଚ୍ଚିଦାନନ୍ଦ ବିରତ୍ୱର କଥାକୁ ମନେପକାଇ ଥାନ୍ତି । ତାଙ୍କର ବଳିଦାନ ପାଇଁ ଗର୍ବ କରନ୍ତି ସ୍ଥାନୀୟଲୋକେ । ଅନ୍ୟପଟେ ସହିଦ ସ୍ମୃତି ଉଦ୍ୟାନଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ସ୍ମୃତି କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like