ଦୁଃଖ ଉପରେ କରୋନା ଦାଉ: ଛୁଆଟିକୁ ଜନ୍ମ ଦେଇ ଆଖି ବୁଜିଦେଲେ ମହିଳା, ଏବେ ସତ୍କାର ପାଇଁ ଗାଁରେ ପୂରାଇ ଦେଉ ନାହାଁନ୍ତି ଗ୍ରାମବାସୀ

ବାଲେଶ୍ୱର: ହଜିଯାଇଛି ମାନବିକତା । କରୋନା ଆଶଙ୍କାରେ ମୃତଦେହକୁ ଗାଁ ଶ୍ମଶାନକୁ ପୂରାଇ ଦେଲେନି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ମୟୂରଭଞ୍ଜ ଏକତଳା ଗାଁର ରାମଚନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ ଉଦଳରେ ଟ୍ରେଜେରି ଅଫିସର ଭାବେ କାର୍ଯ୍ୟରତ ଥିଲେ । ହେଲେ ଗର୍ଭବତୀ ଥିବାରୁ ଛୁଟିରେ ସୋରରେ ସ୍ୱାମୀଙ୍କ ନିକଟରେ ଆସି ରହୁଥିଲେ ।

babyଗତକାଲି ବାସ୍କେଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ନିକଟସ୍ଥ ନର୍ସିଂ ହୋମ୍‌ରେ ଭର୍ତ୍ତି ହୋଇଥିଲେ । ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାମୀଙ୍କ ଅଭିଯୋଗ ପରେ ସୋର ପୋଲିସ ତଦନ୍ତ କରୁଛି । ସେପଟେ ମୃତ ପତ୍ନୀଙ୍କ ଶବ ସତ୍କାର ପାଇଁ ଗାଁକୁ ଯିବାକୁ ଯୋଗାଯୋଗ କରିଥିବା ବେଳେ ଗ୍ରାମବାସୀ କରୋନା ଭୟରେ ଗାଁରେ ପୂରାଇ ଦେଉ ନାହାଁନ୍ତି । ଏମିତିକି ତାଙ୍କ ପରିବାର ଲୋକ କେହି ଶବ ଦେଖିବାକୁ ଯାଆନ୍ତି ତେବେ ତାଙ୍କୁ ଗାଁରୁ ବାସନ୍ଦ କରିବାକୁ ଧମକ ଦେଇଛନ୍ତି ।

Leave A Reply

Your email address will not be published.