ଗୁଣି ସନ୍ଦେହରେ ଆକ୍ରମଣ, ଗୋଟିଏ ପରିବାରର ୩ ଜଣ ଆହତ

ଭଞ୍ଜନଗର(କେନ୍ଯୁଜ୍): ଗୁଣି ସନ୍ଦେହରେ ଗୋଟିଏ ପରିବାରର ଉପରେ ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଆହତଙ୍କୁ ସ୍ଥାନୀୟ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲସରା ଥାନାଧିକାରୀ ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ , ଘଟଣା ଉପରେ ପୋଲିସ ପକ୍ଷରୁ ସତର୍କ ନଜର ରଖାଯାଇଛି । ସୂଚନା ଅନୁଯାୟୀ , ଗତ କିଛି ଦିନ ଧରି ସ୍ଥାନୀୟ ଗାଁର , କିଛି ଲୋକଙ୍କ ଅସ୍ବଭାବିକ ମୃତ୍ୟୁ ହୋଇଥିବାରୁ ଗୁଣି ବିଦ୍ୟା ଯୋଗୁଁ , ଏଭଳି ହେଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ସ୍ଥାନୀୟ  ଲୋକଙ୍କ ଭିତରେ । ଏହାକୁ ନେଇ ସଂପୃକ୍ତ ଗାଁ ର ବିମଳ ନାହାକଙ୍କୁ ସନ୍ଦେହ କରିଥିଲେ ସ୍ଥାନୀୟ ଲୋକେ। ଯାହାଫଳରେ ବିମଳଙ୍କ ଘର ଉପରେ ଆକ୍ରମଣ କରିଥିଲେ । ଏଥିରେ ବିମଳଙ୍କ ସମେତ ତାଙ୍କ ପରିବାରର ୩ ଜଣ ଆହତ ହୋଇଛନ୍ତି ।

You might also like