ମହଙ୍ଗା ପଡ଼ିଲା କମେଣ୍ଟ ମାରିବା : ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକ

ଗଞ୍ଜାମ : କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକ । ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି ଉତ୍ତମ ମଧ୍ୟମ । ଘଟଣାଟି ଘଟିଛି ଗଞ୍ଜାମ ଧରାକୋଟ ଥାନା ମୁଣ୍ଡମରେଇ ଗାଁରେ । ସୂଚନା ଅନୁସାରେ ହିଞ୍ଜିଳିକାଟୁର ପରେନ୍ଦ୍ର ସାହୁ ନାମକ ଯୁବକ ଜଣେ ଯୁବତୀଙ୍କୁ କେମଣ୍ଟ ମାରିଥିଲେ । ଏହା ପରେ ଲୋକମାନେ ତାକୁ ଗୋଡାଇ ଗୋଡାଇ ଧରିବା ସହ ନିସ୍ତୁକ ପିଟିଛନ୍ତି । ସଂପୃକ୍ତ ଯୁବତୀ ଓ ମହିଳା ଜୋତାରେ ଯୁବକଙ୍କୁ ପିଟିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଏହି ଘଟଣା ୫ ଦିନ ତଳେ ଘଟିଥିଲେ ମଧ୍ୟ ଏବେ ଏହା ଭାଇରାଲ ହୋଇଛି ।