ମୋହନା: ପରକୀୟା ପ୍ରୀତି ଓ ଅନୈତିକ କାର୍ଯ୍ୟକଳାପକୁ ଆକ୍ଷେପ କରି ଗାଁ ଦାଣ୍ଡରେ ବନ୍ଧାହୋଇ ମାଡ ଖାଇଲେ ତିନିଜଣ

ମୋହନା(କେନ୍ୟୁଜ୍): ପରକୀୟା ପ୍ରୀତି ଓ ଅନୈତିକ କାର୍ଯ୍ୟକଳାପକୁ ନେଇ ସୋଲାର ପାଣି ଟାଙ୍କି ଖୁଣ୍ଟରେ ଜଣେ ମହିଳା ସମେତ ଦୁଇ ପୁରଷକୁ ବାନ୍ଧିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମାଣିକପୁର ଇନ୍ଦିରା ଆବାସ ସାହି ଠାରେ ।

ଇନ୍ଦିରା ଆବାସ ଠାରେ ବସବାସ କରୁଥିବା ଜନୈକ ମହିଳାଙ୍କ ସ୍ବାମୀ ଦୀର୍ଘ ବର୍ଷ ଧରି ଅନ୍ୟତ୍ର ଯାଇ ଶ୍ରମିକ ଭାବେ କାର୍ଯ୍ୟରତ ଅଛନ୍ତି । ଏହାର ସୁଯୋଗ ନେଇ ଦୀର୍ଘ ଏକ ବର୍ଷହେଲା ମହିଳା ଜଣକ ଗଞ୍ଜାମ ଜିଲ୍ଲା ନୁଆପଡା ଗ୍ରାମର ରବିନ୍ଦ୍ର ଗୌଡ଼ ଏବଂ ଦିଗପହଣ୍ଡି ଗ୍ରାମର ସନ୍ତୋଷ ବେହେରା ନାମକ ଦୁଇ ଯୁବକଙ୍କ ସହ ଅନୈତିକ ସଂପର୍କ ରଖୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ ।

ବାରମ୍ବାର ମନା କରିବା ସତ୍ୱେ ମହିଳା ଜଣକ ଏହି କାର୍ଯ୍ୟରୁ ନିବୃତ ରହିନଥିଲେ l ତେବେ ଏଭଳି ଭାବେ ସାହିରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଗ୍ରାମବାସୀ  ଆଜି  ଉକ୍ତ ମହିଳା ସହ ଦୁଇ ଜଣକୁ ଧରି ଗାଁ ଦାଣ୍ଡରେ ବାନ୍ଧି ନିର୍ଦ୍ଦୁମ ଛେଚିଛନ୍ତି । ସୂଚନା ମିଳିଛି ଯେ ସମ୍ପୃକ୍ତ ମହିଳାଙ୍କ ୧୨ରୁ  ଅଧିକ ଛୁଆ ଅଛନ୍ତି l ଦୀର୍ଘ  ଘଣ୍ଟା ଧରି ଜାତୀୟ ରାଜପଥ ପାର୍ଶ୍ବରେ ଏଭଳି ଘଟଣା ଘଟି ଚାଲିଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୁଣ୍ଟରେ ବନ୍ଧା ହୋଇଥିବା ଯୁବକକୁ ଉଦ୍ଧାର କରି ଥାନାକୁ ନେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.