କୋରାପୁଟ: ଗଞ୍ଜେଇ ଚୋରା ଚାଲାଣକୁ ରେଡ୍‌ ବେଳେ ଆକ୍ରମଣର ଶିକାର ହେଲା ପୋଲିସ

କୋରାପୁଟ(କେନ୍ୟୁଜ୍): ରେଡ୍‌ ବେଳେ ଆକକ୍ରମଣର ଶିକାର ହେଲା ପୋଲିସ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଟିଖାଲ୍‌ ଗାଁରେ । ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ରାତିଅଧରେ ମାଲକାନଗିରି ପୋଲିସ ରେଡ୍‌ ପାଇଁ ଯିବା ସମୟରେ ଆକ୍ରମଣ ଶିକାର ହୋଇଛି । ଗାଁ ଲୋକଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ପୋଲିସ କର୍ମଚାରୀ । ପରେ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମାଛକୁଣ୍ଡ ପୋଲିସ ପହଞ୍ଚି ମାଲକାନଗିରି ପୋଲିସକୁ ଉଦ୍ଧାର କରିଥିଲେ । ଏମିତିକି ଗାଁଲୋକେ ପୋଲିସ ବିରୋଧରେ ଚୋରି ଅଭିଯୋଗ ମଧ୍ୟ ଆଣିଛନ୍ତି । ଯାହାକୁ ନେଇ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.