ରାଜ୍ୟ

ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଧାରଣା

ଉଦଳା(କେନ୍ୟୁଜ) :   ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପଢିବା ନିମନ୍ତେ ଆଜି ସ୍ଥାୟୀ ଘରଟିଏ ନାହିଁ । ଚାରି ବର୍ଷରୁ ଅଧିକ ହେବ ସ୍କୁଲ ପରିଚାଳନା କମିଟିର ସଭାପତି ଏବଂ ପ୍ରଧାନଶିକ୍ଷକ ମିଳିତ ଭାବେ ବିଦ୍ୟାଳୟ ଗୃହ ନିର୍ମାଣ କରୁଥିବା ବେଳେ ତାହା  ସଂପୂର୍ଣ୍ଣ ହୋଇପାରିନାହିଁ ।

ହେଲେ ଘର ବାବଦରେ ସମସ୍ତ ଟଙ୍କା ଉଠାଣ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ଚାଳ ଛପର ଘର ତଳେ ବସି ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଯାହାକୁ ନେଇ ଆଜି ତାତିଛନ୍ତି ଅଭିଭାବକ ଏବଂ ଗ୍ରାମବାସୀ । ବିଦ୍ୟାଳୟ ଗେଟରେ ତାଲା ପକାଇବା ସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଶିକ୍ଷା ବ୍ଲକ ଅଧିନରେ ଥିବା ମଝିଗଡିଆ ପଂଚାୟତ ଦାମାସାହି ପ୍ରାଥମିକ ବିଦ୍ୟାଳୟରେ ।

ଏହି ବିଦ୍ୟାଳୟରେ ୪୫ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି । ବିଦ୍ୟାଳୟ ପାଇଁ ଉପଯୁକ୍ତ ଶ୍ରେଣୀ ଗୃହ ନାହିଁ କିମ୍ବା ବିଦ୍ୟାଳୟ ପାଇଁ ଛାତ ଘର ନାହିଁ । ଯାହାଫଳରେ ଛାତ୍ରଛାତ୍ରୀମାନେ ଚାଳଛପର ତଳେ ବସି ପାଠ ପଢନ୍ତି ।  ଏହି ବିଦ୍ୟାଳୟ ନିମନ୍ତେ ଘର କାମ ଆରମ୍ଭ ହୋଇଥିଲାବେଳେ  ଘର ନିର୍ମାଣ ଶେଷ ହୋଇପାରୁନାହିଁ ।

ଯାହାକୁ ନେଇ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବଦଳି କରିବା ସହିତ ବିଦ୍ୟାଳୟ ଗୃହ ନିର୍ମାଣ ଦାବି ନେଇ ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ଏପରିକି ଶିକ୍ଷକଙ୍କ ଗାଡିକୁ ଚେନ୍‌ରେ ବାନ୍ଧି ତାଲା ପକାଇ ରଖିଛନ୍ତି ଆନ୍ଦୋଳନକାରୀ । ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Niharanjan

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

3 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

19 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

32 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

41 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

45 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago