ମୋହନା: ସରକାରୀ ଜମି ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ

ମୋହନା : ସରକାରୀ ଜମି ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ । ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଞ୍ଚାୟତ ଝୁଲାସାହି ଗ୍ରାମବାସୀ ରାସ୍ତା ପାର୍ଶ୍ୱରେ ଥିବା କିଛି ସରକାରୀ ଜମି ଅଧିଗ୍ରହଣ କରି ଉକ୍ତ ଜମିରେ ଘର ନିର୍ମାଣ କରିବା ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ ଅନ୍ୟ କିଛି ଲୋକ ଆସି ଘର ଗୁଡିକୁ ଯୋର ଜବରଦସ୍ତ ଭାଙ୍ଗି ଦେଇଥିଲେ ।

ଫଳରେ ଝୁଲାସାହି ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ଫଳରେ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ପ୍ରଶାସନିକ ଅଧିକାରୀମାନେ ଆସି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ ।

houseରାସ୍ତା ଅବରୋଧ ଯୋଗୁଁ ମୋହନାଠାରୁ ପାରଳାଖେମୁଣ୍ଡି ରାସ୍ତା କିଛି ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝାକରିବା ପରେ ରାସ୍ତା ଅବିରୋଧ ହଟିଥିଲା । ମୋହନା ତହସିଲଦାର ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛନ୍ତି l

Leave A Reply

Your email address will not be published.