ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲେ ବିଦ୍ୟୁତ କର୍ମଚାରୀ, କ୍ଷତି ପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଲାଇନ ମ୍ୟାନ ରାକେଶ ନାୟକ କାର୍ଯ୍ୟକରୁଥିବା ସମୟରେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ରାକେଶଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ । ପରିବାର ପକ୍ଷରୁ ବିଦ୍ୟୁତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଆସି ଆଲୋଚନା କରିବାକୁ ଦାବୀ କରାଯାଇଥିଲା ହେଲେ କୌଣସି ଅଧିକାରୀ ମେଡିକାଲରେ ପହଞ୍ଚି ନଥିଲେ। ଶେଷରେ ସନ୍ଧ୍ୟା ପ୍ରାୟ ୫ଘଟିକା ସମୟରେ S.D.O. ପହଞ୍ଚି କ୍ଷତି ପୂରଣ ବାବଦକୁ ଦଶ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ।
ଗ୍ରାମବାସୀ ଉତ୍ୟକ୍ତ ହୋଇ ଶବ ଆଣି ଚାନ୍ଦବାଲି ବିଦ୍ୟୁତ କାର୍ଯ୍ୟାଳୟ ତଥା ବସ ଷ୍ଟାଣ୍ଡ ଠାରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପାରିବାରୁ ଜଣଙ୍କୁ ତୁରନ୍ତ ଚାକିରୀ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ଦାବୀ ସହ ତୁରନ୍ତ ଟାଟା ପାୱାର ଲିମିଟେଡ଼ ର AC ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା ଦାବୀ ନେଇ ଅଟଳ ଅଛନ୍ତି ଉତ୍ୟକ୍ତ ଲୋକେ। ତେବେ ମୃତ ଲାଇନମ୍ୟାନ ରାକେଶ ନାୟକ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବାଙ୍ଗରକୁଆଁ ଗ୍ରାମର ପ୍ରଭାକର ନାୟକଙ୍କ ପୁଅ ବୋଲି ଜଣାପଡିଛି ।