କାର ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ୨ ଘଣ୍ଟା ଧରି ରାସ୍ତାରୋକ କଲେ ଉତ୍ୟକ୍ତ ଲୋକ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର ଗାଁ ନୂଆସାହି ନିକଟରେ ସ୍କୁଲ ଛାତ୍ରୀ ଦୁର୍ଘଟଣାକୁ ନେଇ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । କନ୍ତୋର ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରୀ ପାୟଲ ସାହୁ ବିଦ୍ୟାଳୟକୁ ଯାଉଥିବା ବେଳେ ଆମ୍ବପଳାସ ଆଡେ ଯାଉଥିବା ଏକ ଦ୍ରୁତଗାମୀ କାର ଧକ୍କା ଦେଇ ପଳେଇ ଯାଇଥିଲା । ଗୁରୁତର ଛାତ୍ରୀ ଜଣଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ଗାଡ଼ିରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁଟିର ମୁଣ୍ଡ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା ଜଣାପଡିଛି ।

ଏ ନେଇ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଓ ବିଦ୍ୟାଳୟ ନିକଟରେ ହମ୍ପସ ନିର୍ମାଣ ଦାବିରେ ପ୍ରାୟ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିଲା । ସ୍ଥାନୀୟ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ହମ୍ପସ ନିର୍ମାଣ ଓ ଶିଶୁଟିର ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.