ବରଗଡ଼: ୮ ଧାନ ଚୋର ଗିରଫ । ରାତିରେ ଧାନ ଚୋରି କରି ନେଉଥିବା ବେଳେ କାବୁ କଲେ ଗ୍ରାମବାସୀ । ବରଗଡ଼ ଜିଲ୍ଲା ଅତାବିରା ଥାନା ଗୌଡଟିକ୍ରା ଓ ସହରାଟିକ୍ରା ଗାଁର ଘଟଣା । ଗାଁର ଜଣେ ଚାଷୀ ଖଳାରେ ଧାନ ଶୁଖାଇ ମଣ୍ଡିକୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ କିଛି ଚୋର ଧାନ ଚୋରି କରି ନେଇଯାଇଥିଲେ । ଚୋର ମାନେ ଏକ ମିନି ଟ୍ରକରେ ଧାନବସ୍ତା ଭର୍ତ୍ତି କରୁଥିବା ବେଳେ ଗାଁଲୋକଙ୍କ ହାତରେ ଧରାପଡିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି । ସମସ୍ତ ଅଭିଯୁକ୍ତ ସମ୍ବଲପୁର ଯୁଯୁମରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସେହିପରି ସାଲେପୁର-ଛତିଆ ରାସ୍ତାର କୋଠପଦା ବଡ଼ ପୋଲ ପାଖରେ ଫାଇନାନ୍ସ କମ୍ପାନୀର ଦୁଇ ଜଣ ଯୁବକଙ୍କୁ ବାଇକରେ ଆସି ବନ୍ଧୁକ ଦେଖାଇ ରାସ୍ତା ମଝିରେ ଲୁଟୁଥିଲେ ୩ ଦୁର୍ବୃତ୍ତ । ସଂଯୋଗବଶତଃ ପୋଲିସ ସେହି ସମୟରେ ଆସି ପହଞ୍ଚି ଯାଇଥିଲା । ତାପରେ ଫିଲ୍ମ ଷ୍ଟାଇଲରେ ଧାନ ବିଲରେ ଆରମ୍ଭ ହୋଇ ଯାଇଥିଲା ଗୋଡ଼ାଗୋଡି । ଜଣକୁ ରାସ୍ତା ଉପରେ କାବୁ କଲା ପୋଲିସ । ଏହି ସମୟରେ ଆଉ ଦୁଇଜଣ ବିଲ ଆଡକୁ ଦଉଡି ପଳାଇ ଯାଉଥିବା ବେଳେ ସେମାନଙ୍କୁ ମଧ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କଲା ପୋଲିସ ।