ଚୁଡା ଓ ରାଇସ ମିଲକୁ ସ୍ଥାନାନ୍ତରିତ ପାଇଁ ଜ଼ିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ଗାଁ ଲୋକେ

ନୟାଗଡ଼: ଓଡିଶାର ସମସ୍ତ ଶୈବକ୍ଷେତ୍ର ମଧ୍ୟରୁ ନୟାଗଡ ଜ଼ିଲ୍ଲା ସରଣକୁଳର ଲଡ଼ୁବାବାଙ୍କ କ୍ଷେତ୍ର ଅନ୍ୟତମ । ପ୍ରତେକ ଦିନ ହଜାର ହଜାର ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଆସନ୍ତି । ହେଲେ ଗାଁ ମଝିରେ ରହିଛି ଚୁଡା ମିଲ ଓ ରାଇସ ମିଲ । କୁଣ୍ଡା ଓ ପାଉଁଶ ଉଡିବାରୁ ଦୁର୍ଘଟଣା ମାନ ବୃଦ୍ଧି ପାଇବାରେ ଲାଗିଛି । ମିଲରୁ ବାହାରୁଥିବା ପାଣି ଦୁର୍ଗନ୍ଧରେ ନାକ ଫାଟିଯାଉଛି । ସେଥିରୁ ନିଗ୍ରତ ହେଉଥିବା ଦୂଷିତ ପାଣି କୂଅ, ପୋଖରୀରେ ମିଶୁଛି ।

କିଛି ଗ୍ରାମବାସୀ ଲିଭର ଜନିତ ରୋଗ ରେ ମୃତ୍ୟୁ ବରଣ କରିବା ସହ କିଛି ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ପାଖରେ ରହୁଥିବା ଘର ଛାତରେ ପାଉଁଶର ଆବରଣ ପଡ଼ି ରହିଛି । ଆଖିରେ କୁଣ୍ଡା ଓ ପାଉଁଶ ଗୁଣ୍ଡ ପଡ଼ି ଆଖି ଜନିତ ରୋଗର ଶିକାର ହେଉଛନ୍ତି । ଘର କବାଟ ବନ୍ଦ କରି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ନକଲେ କୁଣ୍ଡା ପାଉଁଶ ଖାଦ୍ୟରେ ମିଶିଯାଉଛି । ରାଇସ ମିଲ ଓ ଚୁଡା ମିଲ ସ୍ଥାନାନ୍ତରିତ କରିବା ପାଇଁ ଗ୍ରାମବାସୀ ଜ଼ିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କରିଛନ୍ତି ।

ଚଞ୍ଚକତା କରି ଲଡ଼ୁବାବାଙ୍କ ଜମିକୁ ଅକ୍ତିଆର କରିଛି ଡାଇମଣ୍ଡ ରାଇସ ମିଲ । ଲଡ଼ୁବାବାଙ୍କ ଜମିକୁ ଚାଷ ସୂତ୍ରରେ ଲିଜରେ ନେଇ ସେଠାରେ ପାଉଁଶ ଓ ନିଷ୍କାସନ ହେଉଥିବା ଆବର୍ଜନା ପାଣି ଛଡାଯାଉଛି । ମିଲିର ମାଲିକ ଲଡ଼ୁବାବାଙ୍କ ଜମିକୁ କିଣିବା ପାଇଁ ଏଣ୍ଡାଓମେଣ୍ଟ କମିଶନର ନିକଟରେ ଅପିଲ କରିଥିଲେ । ତାହାକୁ ସେ ଖାରଜ କରିଥିବାରୁ ସେ ଆଇନର ସହାୟତା ନେଇଛନ୍ତି । ଉପଜ଼ିଲ୍ଲାପାଳ କହିଛନ୍ତି ପଲ୍ୟୁସନ ବୋଡ଼କୁ ଚିଠି ଲେଖାଯାଇଛି । ସେ ତଦନ୍ତ କଲାପରେ ଜ଼ିଲ୍ଲା ପ୍ରଶାସନ ନିଷ୍ପତି ନେବେ ।

Also Read:ପରକୀୟା ପ୍ରେମ ସନ୍ଦେହରେ ଅନ୍ଧ ହୋଇଗଲେ ସ୍ତ୍ରୀ, ମାରିଦେଲେ ମହିିଳାଙ୍କୁ