ଚମତ୍କାର! ବଡ଼ଖଲାଡ଼ି ଗାଁ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ, ନିମ୍ବ ଗଛରୁ ବାହାରୁଛି କ୍ଷୀର

ଉଦଳା(କେନ୍ୟୁଜ୍): ନିମ୍ବ ଗଛରୁ ବୋହୁଛି କ୍ଷୀର। ଏଭଳି ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ବଡ଼ଖଲାଡ଼ି ଗ୍ରାମରେ। ବଡ଼ଖଲାଡ଼ି ଗ୍ରାମ ଶିବ ମନ୍ଦିର ନିକଟରେ ଥିବା ଏକ ବହୁ ବର୍ଷର ନିମ୍ବ ଗଛରୁ କ୍ଷୀର ବାହାରୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।

ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଅନେକ ଧୂପ ଦୀପ ଦେଇ ଏହି ଗଛକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ନିମ୍ବ ଗଛରୁ ଅନବରତ କ୍ଷୀର ବୋହି ଚାଲିଥିବା ବେଳେ ଏହାକୁ ନେଇ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। କେହି କେହି ଏହାକୁ ଠାକୁରଙ୍କ ମାହାତ୍ମ୍ୟ କହୁଥିବା ବେଳେ କେହି କେହି ଚମତ୍କାର କହୁଛନ୍ତି।

Leave A Reply

Your email address will not be published.