ରାଜ୍ୟ

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା ଦେଖା ଦେଇଛି । ପାଣି ମୁନ୍ଦାଏ ପାଇଁ ଝରର ଅପେକ୍ଷାରେ ଛୋଟ ଏକ କୂପରେ ଘେରି ରହିଥାନ୍ତି ଲୋକେ । ତେବେ ଏ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଏସ କରଡାସିଂ ପଞ୍ଚାୟତ ଅନ୍ତର୍ଗତ ଖିଲିଗଣ୍ଡା ଗ୍ରାମର ଦୃଶ୍ୟ । ସମୁଦ୍ର ପତନ ଠାରୁ ପ୍ରାୟ ୪ ହଜାର ଫୁଟରୁ ଉର୍ଦ୍ଧ୍ବ ଉଚ୍ଚ ପର୍ବତ ଶିଖରେ ଗଢିଉଠିଛି ଏହି ଗାଁ ୧୧୫ଟି ପରିବାର ୫୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି ଏଠାରେ ।

ଗ୍ରାମର ସମସ୍ତ ଜଳସ୍ରୋତ ସୁଖି ଯିବା ପରେ, ଗାଁ ନିକଟ ଗୋଟିଏ ସ୍ଥାନରେ ଏକ ଛୋଟିଆ ଝର ଦେଖିଥିଲେ ଗ୍ରାମବାସୀ । ସେଠାରେ ସାମାନ୍ୟ ଜଳ ଥିବା ଦେଖି ଛଅ ଫୁଟର କୂପ ଖୋଳିଥିଲେ ଗ୍ରାମବାସୀ । ବଡି ଭୋରରୁ ଜଳ ଝରିବାକୁ ଅପେକ୍ଷା କରନ୍ତି ଓ ରାତି ଥାଉଣୁ ସେଠାରୁ ପାଣି ବାହାର କରି ଭାଗ ବାଣ୍ଟି ନେଇଥାନ୍ତି ସ୍ଥାନୀୟବାସିନ୍ଦା । ପିଇବା ପାଣି ମଧ୍ୟ ସଂଗ୍ରହ କରିବାକୁ ଆସିନପାରିଲେ କୌଣସି ପରିବାର ସଂଗ୍ରହ କରିଥିବା ପରିବାର ଉଧାରୀ ଦିଅନ୍ତି ।

ପ୍ରତ୍ୟେକ ପରିବାର ପିଛା କେବଳ ୫ଲିଟର ପାଣି ହିଁ ନେବାକୁ ଗ୍ରାମବାସୀ ନିୟମ କରିଛନ୍ତି । ଗାଧୁଆ ଓ ଲୁଗା ସଫା କରିବା ସମ୍ଭବପର ହୋଇ ପାରୁନାହିଁ ବରଂ କଷ୍ଟକର ହୋଇଛି । ଏପରିକି ସପ୍ତାହକୁ ଗୋଟିଏ ଥର ଗାଧୋଇବା ପାଇଁ ପାଣି ମିଳୁଥିବା ଲୋକେ ଅଭିଯୋଗ କରିଛନ୍ତି । ସବୁ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଆଖପାଖର ସମସ୍ତ ଜଳସ୍ରୋତ ସୁଖି ଯିବା ଫଳରେ ଏପରି ସ୍ଥିତି ଉପୁଜିଥିବା କହିଛନ୍ତି ଲୋକେ । ସେହି ଝରରୁ ମଧ୍ୟ କୌଣସି ପୁରୁଷ ଲୋକେ କୂଅଁ ଭିତରକୁ ଯାଇ ପାଣି ସଂଗ୍ରହ କରି ନଦେଲେ ପାଣି ଗୁଳିଆ ହେବା ସହ ପାନୀୟ ଅଯୋଗ୍ୟ ହେଇଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପାଣି ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ସ୍ତରରେ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ଲୋକେ । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଗଭୀର ନଳକୂପ ଖୋଳି ସୋଲାର ସିଷ୍ଟମ ମାଧ୍ୟମରେ ଜଳ ଯୋଗାଣ କରିବିକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଅପରପକ୍ଷରେ ଲୋକଙ୍କ ସମସ୍ୟା ନେଇ ଅବଗତ ହେବାପରେ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୂଖ୍ୟ ପ୍ରଶାସନିକ ଅଧିକାରୀ ।

Srujanika Panda

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

46 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago