ପିଲା ଚୋରି ଅଭିଯୋଗ, ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ

ନରସିଂହପୁର : କଟକ ଜିଲ୍ଲା କାନପୁର ଥାନା ଅଧୀନ ଜଳକେଳି ଗ୍ରାମରେ ପିଲା ଚୋରି ଅଭିଯୋଗ । ଜଣକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ । ଅଭିଯୁକ୍ତ କଳାହାଣ୍ଡି ଜୁନାଗଡ଼ର । ସେହି ଗ୍ରାମର ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଖେଳୁ ଥିବା ସମୟରେ ଅଭିଯୁକ୍ତ ଜଣକ ଚକୋଲେଟ ଖାଇବାକୁ ଦେଇଥିଲା । ପରେ ସାଥିରେ ନେଲାବେଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତ ଜଣକ ଖସି ପଲାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ଗାଁଲୋକ ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଇଥିଲେ ।