ଯାହା ନ କଲେ ସରକାର ତାକୁ କରି ଦେଖାଇଲେ ଗ୍ରାମବାସୀ, ନିଜେ ଖୋଳିଲେ ପୁରୁଣା କେନାଲ

ମାଲକାନଗିରି(କେନ୍ୟୁଜ୍): ସରକାର ଗୁହାରି ନ ଶୁଣିବାରୁ ୧୦ଟି ଗାଁ ଲୋକ ଖୋଲିଲେ ପୁରୁଣା କେନାଲ। ପରିବାର ପିଛା ଆଦାୟ କଲେ ୫୦୦ଟଙ୍କା ଲେଖାଏଁ। ମରୁଡି ଜମିକୁ ସୁନାର ଫସଲ ଅମଳ କରିବାକୁ ଏକ ଅଭିନବ ଉପାୟ। ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ପରେ ମଧ୍ୟ ସରୁନି ଚାଷିଙ୍କ ଦୁର୍ଦ୍ଦଶା। ଏ  ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଘଟଣା । ଚିତ୍ରାଙ୍ଗପାଲ୍ଲୀ ଓ ବଦିଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଥିବା ବାଲିମେଳା ତଥା ପଟେରୁ ମୁଖ୍ୟ କେନାଲ ରୁ ଶାଖା କେନାଲ କୁ ପାଣି ନଆସିବା କାରଣରୁ ଚିନ୍ତାରେ ଚାଷୀ।

କାହିଁକି ନା ପାଣି ଅଭାବରେ ନଷ୍ଟ ହେଉଛି ଶହ ଶହଶହ ହେକ୍ଟର ଧାନ ଚାଷ ଜମି । ନାଁ ଅଛି ବର୍ଷା, ନାଁ ମିଳୁଛି କେନାଲ ପାଣି। ଅନ୍ୟପଟେ ପାଣି ଅଭାବରୁ ଖାଲି ପଡ଼ିରହିଛି ବହୁ ଚାଷଜମି। ଶାଖା କେନାଲର ପାଣି ସମସ୍ୟା କଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ଗତକାଲି ତିନୋଟି ଗ୍ରାମ ପଞ୍ଚାୟତର ଦଶ ଗୋଟି ଗ୍ରାମର ଶତାଧିକ ଚାଷୀ ଏକତ୍ରିତ ହୋଇ ମେସିନ୍ ଲଗାଇବା ସହିତ ନିଜେ କଡ଼ିକି ଧରି କେନାଲ କାମରେ ନିୟୋଜିତ ହୋଇଛନ୍ତି ।

ନିଜ ମୁଣ୍ଡର ଝାଳ, ତୁଣ୍ଡରେ ମାରି ଖରା ବର୍ଷାକୁ ଖାତିର ନକରି ଲାଗି ପଡ଼ିଛନ୍ତି ଚାଷୀ । ନିଜ ପରିବାରକୁ ଭରଣ ପୋଷଣ କରିବା ସହିତ, ଅନ୍ୟ ମାନଙ୍କୁ ଅନ୍ନ ଯୋଗାଇ ଦେବା ଚାଷୀଙ୍କୁ କାହିଁକି ଏଭଳି ଅଣଦେଖା କରାଯାଉଛି ତାହା ଏବେ ପ୍ରଶ୍ନବାଚୀ। ଖୁବ୍ ଶିଘ୍ର ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି, ପାଣି ସମସ୍ୟା ଦୂର କରିବା ପାଇଁ ଚାଷୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.