ଅସ୍ତରଙ୍ଗ ଅଞ୍ଚଳରେ ଅନ୍ଧାରି ବିଜେ କୁ ନାଁ : ସ୍ବଚ୍ଛ ଏବଂ ନିରପକ୍ଷ ନିର୍ବାଚନ ପାଇଁ ଗାଁ ମୁହଁରେ ଜଗି ରହୁଛନ୍ତି ଗ୍ରାମବାସୀ

କାକଟପୁର(କେନ୍ଯୁଜ୍): ଆସନ୍ତାକାଲି ହେବାକୁ ଯାଉଛି ପଞ୍ଚମ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ, ସେଥିପାଇଁ ଗ୍ରାମ ମାନଙ୍କରେ ନିର୍ବାଚନୀ ମାହୋଲ ଜମିବାକୁ ଲାଗିଛି । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିର୍ବାଚନ ଜିତିବାପାଇଁ ପ୍ରାଣ ପଣେ ଉଦ୍ୟମ କରୁଛନ୍ତି। ଏହି ସମୟରେ ବିଭିନ୍ନ ପ୍ରାର୍ଥୀ ମାନେ ଅନ୍ଧାରି ବିଜେ କରିଥାନ୍ତି।  ଭୋଟର ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଭୋଟ ହାତେଇଇବା ପାଇଁ ନେତା ଏବଂ କର୍ମୀ ମାନଙ୍କ ଜରିଆରେ ଗ୍ରାମମାନଙ୍କରେ ପ୍ରବେଶ କରିଥାନ୍ତି ।

ସ୍ବଚ୍ଛ ଏବଂ ନିରପକ୍ଷ ନିର୍ବାଚନ କରିବା ପାଇଁ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକମାନେ ରାତିରେ ସେମାନଙ୍କ ଗ୍ରାମକୁ ଜଗି ରହୁଛନ୍ତି । ହାତରେ ବାଡି ଧରି ଗାଁ ମୁଣ୍ଡରେ ପ୍ରହରା ଦେଉଛନ୍ତି ଏବଂ କୌଣସି ଲୋକଙ୍କୁ ଗ୍ରାମ ଭିତରକୁ ଛାଡ଼ିଦେଉ ନାହାନ୍ତି । ଘନ କୁହୁଡି ସାଙ୍ଗକୁ ଅନ୍ଧାର ରାତ୍ରିରେ ଗାଁ ଯୁବକମାନେ ଏହିଭଳି ଅଭିନବ ଉପାୟରେ ନିଜ ଗ୍ରାମକୁ ଅନ୍ଧାରି ବିଜେ କବଳରୁ ପ୍ରହରା ଦେଉଛନ୍ତି ।

Leave A Reply

Your email address will not be published.