ମାଡ଼ ମାରିଲେ ଲହୁଲୁହାଣ କରି ମାରିଦେଇ ଭିଡ଼ିଓ ଭାଇରାଲ କଲେ, ପୋଲିସ କରୁଛି ତଦନ୍ତ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କୁ ହତ୍ଯା କରାଯାଇଥିବା ବେଳେ ହତ୍ଯାର ଶିକାର ହୋଇଥିବା ବ୍ଯକ୍ତିଙ୍କ ପରିଚୟ ମିଳିଛି। ମୃତ ବ୍ଯକ୍ତି ଜଣକ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅନ୍ତର୍ଗତ ବାଦୁରାଗଡ ଗ୍ରାମର ବାହୁଡା ସାହୁ ବୋଲି ଜଣାପଡିଛି। ପୋଲିସ ମୃତ ବାହୁଡାଙ୍କ ପରିବାର ସହ ଯୋଗାଯୋଗ କରିଛି। ସେ ଗତ ତିନି ଦିନ ତଳେ ଜଣେ ସାଙ୍ଗ ଘରକୁ ଯିବାର କହି ଘରୁ ଆସିଥିଲେ। ଘଟଣା କଣ ସେଥିନେଈ ପୋଲିସ ଅଧିକ ଖୋଳତାଡ କରିବା ସହ ଛାନଭିନ ଭାବେ ତଦନ୍ତ କରିବାରେ ଲାଗିଛନ୍ତି।ସେପଟେ ଚୋର ସଂଦେହରେ ଯୁବକଙ୍କୁ ପିଟିପିଟି ମାରି ଦିଆ ଯାଇଥିବା ଦେଖବାକୁ ମିଳୁଛି।

ସୂଚନା ଅନୁସାରେ ଗତ ରାତିରେ ଚିଙ୍ଗୁଡିଘାଇର କିଶୋର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ବାରିପଟେ ଶବ୍ଦ ହୋଇଥିଲା। ଏହାଶୁଣି ଘରମାଲିକ ଉଠିଯାଇ ଦେଖିବା ବେଳେ ଜଣେ ଅପରିଚିତ ବ୍ଯକ୍ତିଙ୍କୁ ଦେଖିବାକୁ ପାଇଥିଲେ।  ଚୋର ବୋଲି ଭାବି ପାଟିକରି ବାହାରକୁ ଯିବାବେଳେ ସେ ଘରମାଲିକ ଉପରକୁ ଇଟା ଖଣ୍ଡ ଓ ପାଖରେ ଥିବା ଏକ ଟିଣ ଫୋପାଡି ଥିଲେ। ଏଥିରେ ଘରମାଲିକ କିଶୋର ନାୟକ ଆହାତ ହୋଇ ଚିତ୍କାର କରିଥିଲେ । ଏହା ଶୁଣି ଗ୍ରାମର କିଛି ଲୋକ ଉଠି ଆସିଥିବା ବେଳେ ସେ ଲୋକଙ୍କୁ ଦେଖି ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ। ଲୋକେ ଗୋଡାଇ ଗୋଡାଇ କାବୁ କରି ଆଣି ଗ୍ରାମ ନିକଟସ୍ଥ  ଏକ ବିଦ୍ଯୁତ ପୋଲ ରେ ବାନ୍ଧି ମାଡମାରିଥିଲେ। ଏପରିକି ଗ୍ରାମ ନିକଟସ୍ଥ  ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଗଛ ମୂଳରେ ପକାଇ ଦେଇଥିଲେ। ଲୋକଙ୍କ ମାଡ଼ରେ  ସେହି ଯୁବକଙ୍କ ମୃତ୍ୟୁ ଘଟିଥିବା ପୁରୁଷୋତ୍ତମପୁର ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.