ଏକତା ହିଁ ବଳ, ୫ହଜାରରୁ ଅଧିକ ଗଛ ଲଗାଇ ‘ପ୍ରକୃତି ମିତ୍ର’ ପୁରସ୍କାର ପାଇସାରିଥିବା ଆଡପଡା ଗାଁ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ

ବ୍ରହ୍ମପୁର(କେନ୍ୟୁଜ୍): କଥାରେ ଅଛି ଦୃଢ ସଂଙ୍କଳ୍ପ ସଫଳତାର ଚାବି କାଠି । ସେ ଯେଉଁ କାମ ହେଉ ଯଦି କିଛି କରି ଦେଖାଇବାର ସାହାସ ମନରେ ରହିଥାଏ, ତେବେ ଆଜି ନହେଲେ କାଲି ଜଣେ ନିଶ୍ଚିତ ନିଜର ସ୍ବପ୍ନକୁ ପୂରଣ କରିପାରିବ । ସେହି କାମରେ କରିବାର ଉତ୍ସାହ ଯଦି ସମସ୍ତଙ୍କ ପାଖରେ ଦେଖାଦିଏ ତେବେ ଖୁବ୍ କମ୍ ଦିନରେ ସେହି କାର୍ଯ୍ଯ ପୂରଣ ହୋଇପାରିବ ସେଥିରେ କୌଣସି ଦ୍ବନ୍ଦ ନାହିଁ। ଠିକ୍ ସେହିପରି ଏକ ରୁଢି ରହିଛି ଏକତା ହିଁ ବଳ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ୍ ଆଡପଡାରେ । ଯେଉଁଠାରେ ଗ୍ରାମବାସୀ ମାନେ ହାତରେ ହାତ ମିଶାଇ ଅସମ୍ଭବ କାମକୁ ସମ୍ଭବ କରିଦେଖାଇଛନ୍ତି ।

treeଆଡପଡା ଗାଁରେ ଏବେ ଗ୍ରାମବାସୀଙ୍କ ସହଯୋଗ ଓ ପରିଶ୍ରମରେ ସୃଷ୍ଟି ହୋଇଛି ସବୁଜ ବାନାନୀ ଯାହା ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବେ ସମଗ୍ର ଗାଁ ବୃକ୍ଷମୟ । ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ସ୍କୁଲ୍,ମେଡିକାଲ୍,ନଦୀ ପାର୍ଶ୍ବ,ଶ୍ମଶାନ ଆଦି ସ୍ଥାନରେ ଅସ୍ବସ୍ଥ ଗଛ,ବର ଗଛ,ଆମ୍ବ,ପିଜୁଳି ଆଦି ଅନେକ ପ୍ରକାରର ଗଛ ଲଗାଯାଇଛି ।

tree1ବର ଏବଂ ଅସ୍ବସ୍ଥ ଗଛ ପାଖାପାଖି ୧ହଜାରଟି ଲାଗିଥିବାବେଳେ ଅନ୍ଯ ସବୁ ଗଛ ମିଶି ପ୍ରାୟ ୫ହଜାର ଗଛ ଲଗାଯାଇଛି । ଯାହାର ଛାଇ ବାଟୋଇକୁ ଖୁବ୍ ସାହାଯ୍ଯ କରୁଥିବା ସହିତ ପରିବେଶକୁ ସୁଧାରିବାରେ ସହାୟ ହେଉଛି । ୧୯୯୦ ମସିହାରେ ହୋଇଥିବା ପ୍ରଳୟଙ୍କାରୀ ବନ୍ଯାରେ ଗାଁ ନିକଟରେ ବହିଯାଇଥିବା ଘୋଡାହାଡ ନଦୀ ବହୁତ କ୍ଷତି ପହଁଚାଇଥିଲା । ବନ୍ଯା ଆସିବା ଫଳରେ ଗାଁରେ ଥିବା ବହୁ ବଡ ବଡ ଗଛ ଉପୁଡି ପଡିଥିଲା । ଯାହାକୁ ଭରଣା କରିବା ପାଇଁ ଅଣ୍ଟା ଭିଡିଥିଲେ ଇଶାଣେଶ୍ବର ପାଠାଗାରର ଯୁବକ ମାନେ । ଗ୍ରାମବାସୀଙ୍କ ସହଯୋଗରେ ଯୁବକମାନେ ହତରେ ହାତ ମିଶାଇ ଚାରା ଲଗାଇଥିଲେ ଯାହା ଏବେ ବଡ ବଡ ଗଛରେ ପରିଣତ ହୋଇଛି । ୨୦୧୯ରେ ଏଥିପାଇଁ ଇଶାଣେଶ୍ବର ପାଠାଗାରକୁ ପ୍ରକୃତି ମିତ୍ର ପୁରସ୍କାର ମଧ୍ଯ ମିଳିଛି ।

ବ୍ରହ୍ମପୁରରରୁ ରବିନ୍ଦ୍ର ନାଥ ଡାକୁଆ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.