ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଲାବଣ୍ୟଦେଇପୁର ଗ୍ରାମବାସୀଙ୍କ ସାହସ, ଶିକାରୀଙ୍କୁ ଘଉଡାଇବା ସହ ଜବତ କଲେ ୧୩ଟି ବନ୍ଧୁକ

ଉଦଳା : ଜଙ୍ଗଲକୁ ସୁରକ୍ଷା ଦେଲେ ଗ୍ରାମବାସୀ । ଶିକାରୀଙ୍କୁ ଘଉଡାଇବା ସହ ୧୩ଟି ବନ୍ଧୁକ ମଧ୍ୟ ଗ୍ରାମବାସୀ ଜବତ କରିଛନ୍ତି । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଅନ୍ତର୍ଗତ ଲାବଣ୍ୟଦେଇପୁର ଗ୍ରାମପଞ୍ଚାୟତର ଅସ୍ୱୋକଟି ଗାଁରେ ଏଭଳି ଏକ ଘଟଣା ନଜରକୁ ଆସିଛି ।

ଶିକାର ପାଇଁ ଯାଉଥିବା ଶିକାରୀଙ୍କୁ ଜଙ୍ଗଲରୁ ଘଉଡାଇବା ସହିତ ତାଙ୍କଠାରୁ ପ୍ରାୟ ୧୩ଟି ଦେଶି ବନ୍ଧୁକ ଗ୍ରାମବାସୀ କପ୍ତିପଦା ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଶିମିଳିପାଳ ଜୈବମଣ୍ଡଳ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟଙ୍କୁ ଜୀବିକା ନିର୍ବାହ ନିମନ୍ତେ ଧାନକୁଟା, ଧାନ ଅମଳ ଯନ୍ତ୍ର ଓ ମସଲା ପ୍ରସ୍ତୁତି ମେସିନ ମଧ୍ୟ ପ୍ରଦାନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.