ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ, ପ୍ରତିବାଦ ସହ ମେଡିକାଲରେ ତାଲା ପକାଇଲେ ଲୋକେ

ମହାକାଳପଡା(କେନ୍ଯୁଜ୍) : ମେଡିକାଲ ବାହାରେ ମିଳୁଛି ମାଗଣା ସରକାରୀ ଔଷଧ । ଏଭଳି ଅଭିଯୋଗ ଆସିଛି ମହାକାଳପଡା ବ୍ଳକ ତିଖିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏଠାକୁ ଆସୁଥିବା ରୋଗୀମାନେ ସେବା ପାଇପାରୁ ନାହାନ୍ତି । ସରକାରୀ ଔଷଧ ଗୁଡିକ ରୋଗୀଙ୍କୁ ନଦେଇ ଏକ୍ସପାରୀ ଡେଟ୍ ଥିବା ଔଷଧ ଗୁଡିକୁ ପୋଡି ଦିଆଯାଉଛି ।
ମେଡିକାଲ କ୍ୟାମ୍ପସରେ ଥିବା କୁଣ୍ଡ ଭିତରେ ଔଷଧ ଲୁଚେଇ ରଖାଯାଉଛି । ଏନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହ ମେଡିକାଲରେ ତାଲା ପକାଇଛନ୍ତି । ମେଡିକାଲରେ ଥିବା ସମସ୍ତ ଷ୍ଟାଫଙ୍କ ବଦଳି ଦାବି କରିଛନ୍ତି ଲୋକେ । ସେପଟେ ଅଭିଯୋଗକୁ ତିଖିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଖଣ୍ଡନ କରିଛନ୍ତି ।