ଭଦ୍ରକ : ବେଆଇନ ଗୋରୁ ଗାଡ଼ି ଅଟକ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଛତାବର -ଯାଜପୁର ରାସ୍ତାର ପର୍ବତୀ ଛକ ନିକଟରେ ଗୋରୁ ଗାଡ଼ି କାବୁ କଲେ ଗୋ ସୁରକ୍ଷା ବାହିନୀ ସହ ଗ୍ରାମବାସୀ । ପରେ ଖବର ପାଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ଗାଡ଼ିକୁ କାବୁ କରିବା ସହ ଏଥିରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି ।
ଜବତ ଗାଡି ମଧ୍ୟରୁ ୬ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଡ୍ରାଇଭର ସମେତ ଏହି ତିନି ଜଣ ଯୁବକ ବେଆଇନ ଭାବେ ଗୋରୁଙ୍କୁ ଗୋଟିଏ ପିକ ଅପ ଭ୍ୟାନ୍ ରେ ଯାଜପୁର ଆଡୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ । ଗ୍ରାମବାସୀଙ୍କ ସହ ଗୋ ସୁରକ୍ଷା ବାହିନୀ ଗାଡିଟିକୁ ଅଟକାଇ ସେଥିରେ ଥିବା ଗୋରୁଙ୍କୁ ଉଦ୍ଧାର କରିଥିଲେ ।