ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କେନ୍ଦୁଝର : ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା । ପ୍ରଧାନଶିକ୍ଷକଙ୍କୁ ଗିରଫ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ପରିବାରକୁ କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ ।

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଆଶ୍ରମ ସ୍କୁଲର ଜଣେ ୮ମ ଶ୍ରେଣୀ ରେ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ଯୁ ହୋଇଛି । ସେ ନିଜ ମାମୁଘର ଗାଁ ନୂଆମାଳିଆ ଆଶ୍ରମ ସ୍କୁଲ ରେ ପଢୁଥିଲେ । ୧୦ ତାରିଖରେ ଛାତ୍ରୀ ଜଣକ ଅସୁସ୍ଥ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ନିକଟସ୍ଥ ଦାନଗଦି ଓ ପରେ କଟକ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ଛାତ୍ରୀ ଜଣକ ଅସୁସ୍ଥ ନେଇ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ଆସି ଝିଅକୁ ସାଙ୍ଗରେ ନେଇ ଯାଇଥିଲେ । ପରଦିନ ପୁଣିଥରେ ଛାତ୍ରୀଜଣକ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଠାକୁରମୁଣ୍ଡା ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଛାତ୍ରୀଙ୍କ ମୃତ୍ଯୁ ପାଇଁ ଗ୍ରାମବାସୀ ଓ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଛାତ୍ରୀଙ୍କ ଦେହ ଖରାପ ବେଳେ କାହାକୁ ନଜଣାଇ ସ୍କୁଲ କର୍ତ୍ତୃପକ୍ଷ ତାକୁ ଦାନଗଦି ଓ କଟକ ମେଡିକାଲ ନେବା ସନ୍ଦେହ ସୃଷ୍ଟି କରିଛି । ରାମଚନ୍ଦ୍ରପୁର ପୋଲିସ ସ୍କୁଲରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଖବରପାଇ ଦାୟିତ୍ବରେ ଥିବା ସମାଜମଙ୍ଗଳ ସଂପ୍ରସାରଣ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.