ମାଲକାନଗିରି : ପରକୀୟା ପ୍ରୀତିର ପରିଣାମ, ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଲୋକ

ମାଲକାନଗିରି(କେନ୍ୟୁଜ୍) : ପରକୀୟା ପ୍ରୀତିର ପରିଣାମ । ଗାଁ ଦାଣ୍ଡରେ ବାନ୍ଧି ମାଡ ମାରିଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମପିଭି ୪୭ ଗାଁରେ । ଏମଭି ୮୩ ଗାଁର ପବିତ୍ର ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଏମପିଭି ୪୭ଗାଁର ଜଣେ ବିବାହିତ ମହିଳାଙ୍କ ସହ ଦେଖିଥିଲେ ଗାଁ ଲୋକେ । ଏନେଇ ଉଭୟଙ୍କୁ ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ସ୍ଥାନୀୟ ଲୋକ । ହେଲେ ଥାନରେ କୌଣସି ଅଭିଯୋଗ କରାଯାଇନାହିଁ । ଥାନାରେ କୌଣସି ମାମଲା ନହୋଇ ଗାଁରେ ଖାପ ପଞ୍ଚାୟତ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.