ମହଙ୍ଗା ପଡିଲା ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ: ଢେଙ୍କାନାଳରେ ଯୁବକଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

କାମାକ୍ଷାନଗର(କେନ୍ଯୁଜ୍): ମହଙ୍ଗା ପଡିଲା ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ। ଢେଙ୍କାନାଳରେ ଯୁବକଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ। ଭୁବନ ଥାନା ଦଧିସିଂଗା ଗାଁରେ ଚାଲିଥିବା ସେତୁ ନିର୍ମାଣରେ ନିୟୋଜିତ ଜଣେ ଶ୍ରମିକ ଶୌଚ୍ଚ ପାଇଁ ଯାଉଥିବା ନିକଟସ୍ଥ ଗ୍ରାମର ୨ ଜଣ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ।

ତେବେ ହଠାତ୍ ଯୁବକ ଜଣଙ୍କ ଆଜି ସକାଳେ ଗାଁକୁ ଯାଇଥିବା ସମୟରେ ଗ୍ରାମବାସୀ ତାଙ୍କୁ କାବୁ କରିବା ସହିତ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଯାଇଥିବା ଜଣାପଡିଛି। ତେବେ ଯୁବକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି।