ନବଜାତ ଶିଶୁପୁତ୍ରକୁ ହତ୍ୟା କରି ପୋତିଦେଲା ମା: ଅଭିଯୋଗ ଆଣିଲେ ଗ୍ରାମବାସୀ

କାଲିମେଳା(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଅନ୍ତର୍ଗତ mpv-83 ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ବିନୋଦ ପାଇକଙ୍କ ସ୍ତ୍ରୀ ଜନ୍ମ କରିଥିବା ସନ୍ତାନକୁ ହତ୍ୟା କରି ପୋତିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମଲୋକେ।

ଗ୍ରାମଲୋକେ କହିବା ଅନୁଯାୟୀ ତାଙ୍କର ତିନି ସନ୍ତାନ ଦୁଇ ପୁଓ ଓ ଜଣେ ଝିଅ ଅଛନ୍ତି ଆଉ ଜଣେ ପୁଅ ସନ୍ତାନ ଜନ୍ମ ହେବା ପରେ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମୋଟୁ ଥାନା ଭାରପ୍ରାପ୍ତ ଅଧିକାରୀ କହିବା ଅନୁଯାୟୀ ଘଟଣାର ତଦନ୍ତ କରାଯିବ ଓ  ତଦନ୍ତ ପରେ ସଠିକ ଖବର ଜଣାପଡିବ ବୋଲି କହିଛନ୍ତି।

 

 

 

Leave A Reply

Your email address will not be published.