ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ, ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ନେଇ ଆକ୍ସନ

ସମ୍ବଲପୁର : ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ବୁର୍ଲା ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ ।  ଫାଇନ କଲା ରାଜ୍ୟ ପ୍ରଦୂଷଣ ବୋର୍ଡ l ୧୫ ଦିନ ମଧ୍ଯରେ ତଣ୍ଡ ପଇଠ ନକଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଭିମ୍‌ସାର ମାନଦଣ୍ଡ ପୂରଣ କରୁନଥିବାରୁ ଏହି ଫାଇନ୍‌ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଭିମସାରର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିଥିଲା । ଏହି ସମୟରେ ସବୁକିଛି ଠିକ୍ ଠାକ୍ ନଥିବା ଦେଖିବାକୁ ପାଇଥିଲେ । ଯାହାଫଳରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ମାନଦଣ୍ଡ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଭିମସାର ତାହା ପୂରଣ ନକରିବାରୁ ଶେଷରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ କରାଯାଇଛି । ଫାଇନ୍‌ ଅର୍ଥ ୧୫ ଦିନ ମଧ୍ୟରେ ପୈଠ ନକଲେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like