ଭୁବନେଶ୍ବର: ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି, ଆଜି ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ୍

ଭୁବନେଶ୍ବର (କେନ୍ୟୁଜ୍):  ମାର୍କେଟ ବିଲ୍ଡିଂରେ ଉତ୍ତେଜନା। ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତା ଧସ୍ତି। ଉଠଦୋକାନୀ ଜୋରଜବରଦସ୍ତ ମାର୍କେଟ ବିଲ୍ଡିଂରେ ଦୋକାନ କରୁଥିବାରୁ ଆସୋସିଏସନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା ଫଳରେ ଉତେଜନା ସୃଷ୍ଟି ହୋଇଥିଲା। ଏହା ସହ ଉଠା ଦୋକାନୀମାନେ ମଧ୍ୟ ମାଡ ମାରିଥିବା ଅଭିଯୋଗ କରିଛି ମାର୍କେଟ ବିଲଡିଂ ଆସୋସିଏସନ। ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ।

ତେବେ ଗତ ରବିବାର ବିଏମସି ଉଠା ଦୋକାନୀକୁ ମାର୍କେଟ ବିଲ୍ଡିଂରୁ ଉଠାଇଥିଲା। କିନ୍ତୁ ଆଜି ପୁର୍ନବାର ଉଠା ଦୋକାନୀମାନେ ମାର୍କେଟ ବିଲ୍ଡିଂରେ ବସିଥିଲେ। ଏହକୁ ବ୍ୟବସାୟୀ ସଂଘ ବାରଣ କରିବା ବେଳେ ଉଠା ଦୋକାନୀ ପାଟିତୁଣ୍ଡ କରି ଧସ୍ତାଧସ୍ତି କଲେ।ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.