ରାଜ୍ୟ

ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଲେ ଦୁଇ ଉତ୍ତେଜନାକାରୀ

ଆନନ୍ଦପୁର(କେନ୍ୟୁଜ୍): ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଗାଁରେ ଗଣ୍ଡଗୋଳ। ଆନନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଦୋକାନ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକକୁ ନେଇ ଓରାଳି ଓ ଭଦ୍ରକ ଜିଲ୍ଲା ଆପଣ୍ଡା ମଧ୍ୟରେ ବିବାଦ ଦେଖା ଦେଇଛି । ବହୁ ବର୍ଷ ପୂର୍ବରୁ ଏହି ଛକଟି ଓରାଳି ଛକ ନାମରେ ନାମିତ ହୋଇଥିଲା। ହେଲେ ଆପଣ୍ଡା ଗାଁର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରିବାକୁ ଦାବି କରି ଆସୁଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା।

ଆପଣ୍ଡା ଛକ ଲେଖାଯାଉଥିବା ସୂଚନା ଫଳକ ଲଗାଉଥିବାବେଳେ ଓରାଳି ଗାଁର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ। ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

KNews Bureau

Recent Posts

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

4 mins ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

2 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

2 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

2 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

3 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

4 hours ago