ପୂର୍ବ ଶତ୍ରୁତାକୁ ନେଇ ତୁମୁଳ କାଣ୍ଡ, ଭୁଜାଲି ଆକ୍ରମଣରେ ଜଣେ ମୃତ

ବାଂଶପାଳ (କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ତୁମୁଳ କାଣ୍ଡ । ପ୍ରଥମେ ବଚସା ପରେ ଭୁଜାଲିରେ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କାଦକଳା ଗ୍ରାମରେ। ଗତ କାଲି ରାତି ରେ କାଦକଳା ଗ୍ରାମର ମାୟାଧର ବେହେରା (୪୫) ନିଜ କୁକୁଡ଼ା ଦୋକାନରେ ବସି ଥିବା ସମୟରେ ପଡୋଶୀ ଦୋକାନୀ ନବ କିଶୋର ମହାକୁଡ଼ଙ୍କ ସହିତ ବଚସା ହୋଇଥିଲା।

ଏହି ଘଟଣା ପରେ ଉଗ୍ରରୂପ ନେଇଥିଲା।ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ପରେ ନବ କିଶୋରଙ୍କ ପୁଅ ଉତ୍ତମ ମହାକୁଡ଼ ଓ ଉପେନ୍ଦ୍ର ବେହେରା ଆସି ମାୟାଧର ବେହେରାଙ୍କୁ ଏକ ଭୁଜାଲି ରେ ହାଣି ହତ୍ୟା କରିଥିଲେ। ଉଭୟ ପରିବାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି।

ସେପଟେ ମାୟାଧରଙ୍କ ପରିବାର ସମସ୍ତ ଆସାମୀଙ୍କୁ ପୋଲିସ ଗିରଫ ନ କରିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ିବୁ ନାହିଁ ବୋଲି ଅଡ଼ି ଧରି ବସିଛନ୍ତି। ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ପୋଲିସ ଉତ୍ତମ ମହାକୁଡ଼ ଓ ଉପେନ୍ଦ୍ର ବେହେରାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

You might also like