ପୁରୀ: କଂଗ୍ରେସର ଜିଲ୍ଲାସ୍ତରୀୟ କର୍ମଶାଳାରେ ପିସିସି ସଭାପତିଙ୍କ ଉପସ୍ଥିତିରେ ମାଡପିଟ୍ ହେଲେ କର୍ମୀ, ଲହୁଲୁହାଣ ହେଲେ ଛାତ୍ରନେତା
ପୁରୀ(କେନ୍ୟୁଜ୍): ପୁରୀ କଂଗ୍ରେସ ଭବନରେ ତୁମୁଳକାଣ୍ଡ । ଦଳର ଦୁଇଗୋଷ୍ଠୀ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଓ ମାରପିଟ୍ । ଏଥିରେ ୩ଜଣ ଆହତ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ସହପ୍ରଭାରୀ କେ. ରୁଦ୍ରରାଜୁଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ଘଟିଛି। ଦଳର ଜିଲ୍ଲାସ୍ତରୀୟ ବୈଠକ ଚାଲିଥିବା ବେଳେ ହଠାତ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। କିଛି ଯୁବକ ହଠାତ ବୈଠକରେ ପହଞ୍ଚି ବାଡ଼ି ଓ ଲୁହାରଡ଼ରେ ମାଡପିଟ ଆରମ୍ଭ କରିଥିଲେ। ଏଥିରେ ୩ଜଣ ଛାତ୍ରନେତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ପରେ ପିସିସି ସଭାପତି କିମ୍ବା ରାଜ୍ୟ ପ୍ରଭାରୀ କୌଣସି ଆଲୋଚନା ନକରି ବାହାରି ଯାଇଥିଲେ ।