ଚାଷୀ-ପୋଲିସ୍‌ ମୁହାଁମୁହିଁ: ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ

ଟିଟଲାଗଡ(କେନ୍ୟୁଜ୍): ଚାଷୀ-ପୋଲିସ୍‌ ମୁହାଁମୁହିଁ । ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ୨୦୨୧ ମସିହା ଫସଲ ବୀମା ଦାବି ନେଇ ଗର୍ଜିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଙ୍ଗଠନ । ୨୦୨୧ ମସିହାରେ ଚାଷୀ ଫସଲ ବୀମା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ୯୦ଟି ପଞ୍ଚାୟତ ଫସଲ ବୀମାରୁ ବଞ୍ଚିତ ରହିଥିବା ଅଭିଯୋଗ କରି ରେଳ ରୋକ କରିଥିଲେ ।

ଫଳରେ ଟ୍ରେନ୍‌ ଚଳାଚଳରେ ବାଧା ଉପୁଜିଥିଲା । ଖବର ପାଇ ଘଟଣାସ୍ଥଳରେ ବଲାଙ୍ଗୀର ଜିଲ୍ଲାପାଳ, ଏସପି, ଟିଟଲାଗଡ ଉପ ଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନର ଉଦ୍ୟମରେ ଅପରାହ୍ନ ୪ଟାରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା । ଗତ ୪ ମାସ ଧରି ଫସଲ ବୀମାକୁ ନେଇ ଚାଷୀ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି ।

Leave A Reply

Your email address will not be published.