ରାଜ୍ୟ

ଚାଉଳ ଚୋରି ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ ଅଭିଭାବକ, ଭିଡିଓ ଭାଇରାଲ

ଆଠଗଡ଼ (କେନ୍ୟୁଜ): ମଧ୍ୟାହ୍ନ ଚାଉଳ ହଡ଼ପ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ । ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କୁ ଠେଲାପେଲା ସହ ଧକ୍କା ମାରି ସ୍କୁଲ ଗେଟ ବାହାରକୁ ବାହାର କଲେ ଅଭିଭାବକ । ଆଠଗଡ଼ ବ୍ଲକ୍ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ସମ୍ପୁର୍ଣ୍ଣ ଘଟଣା ସିସିଟିଭିରେ କଏଦ୍ ହୋଇଛି । ସ୍କୁଲ ଆସିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁସାରେ ରାଧାନାଥ ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଚାଉଳକୁ ହଡ଼ପ କରୁଥିବା ଅଭିଯୋଗ ଆଣି ପ୍ରଧାନ ଶିକ୍ଷକଙ୍କୁ ଅଫିସ୍ ମଧ୍ୟରେ ଠେଲାପେଲା ସହିତ ମାଡ଼ ମାରିଛନ୍ତି ଦୁଇ ଜଣ ଅଭିଭାବକ। କିଛିଦିନ ହେବ ସ୍କୁଲକୁ ଆସୁଥିବା ଚାଉଳକୁ ସ୍କୁଲ୍ କର୍ତ୍ତୃପକ୍ଷ ଲୁଚାଇ ବିକୁଥିବା ଅଭିଯୋଗ ହେଉଥିବା ଜଣା ପଡ଼ିବା ପରେ ଆଗରୁ ଗଚ୍ଛିତ ଥିବା ଚାଉଳକୁ ତରବରିଆ ଭାବରେ ପିଲାଙ୍କ ବ୍ୟାଗରେ ପୁରାଇ ଦେଉଥିବା ଭିଜୁଆଲ ପଦାକୁ ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଅଭିଭାବକ । କିନ୍ତୁ ସେମିତି କିଛି ଘଟଣା ଘଟି ନଥିବା ସ୍କୁଲ୍ ପ୍ରଧାନ ଶିକ୍ଷକ କହିଥିଲେ। ଅପ୍ରେଲ ମାସରେ ଅତ୍ୟଧିକ ଖରା ପାଇଁ ସରକାର ସ୍କୁଲ୍ ଛୁଟି ଘୋଷଣା କରିଥିବାରୁ ସେହି ମାସର ଚାଉଳ ରହି ଯାଇଥିଲା ଓ ଗତ ଶନିବାର ଦିନ ପିଲା ମାନଙ୍କୁ ଦିଆ ଯାଇଥିଲା ବୋଲି ଆଠଗଡ଼ ବ୍ଲକ୍ ଶିକ୍ଷା ଅଧିକାରି କହିଥିଲେ ।

Barsha

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

3 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago