ମହାମାରୀରେ ମହାପୁଣ୍ୟ : ଭୋଜି ବାବଦ ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ନବଦମ୍ପତି

ମାହାଙ୍ଗା : ମହାମାରୀରେ ମହାପୁଣ୍ୟ । କଥାଟା ଆପଣଙ୍କୁ ବୁଝା ପଡୁନଥିବ । ହେଲେ ଏକ ନବ ଦମ୍ପତି ମୁହଁରେ ମାସ୍କ ପିନ୍ଧି ନିରାଡ଼ମ୍ବର ଭାବେ କରୋନାର ସମସ୍ତ କଟକଣା ମାନି ବିବାହ କରିଛନ୍ତି । ଚତୁର୍ଥୀ ଦିନ ଭୋଜି ନଦେଇ ସେ ବାବଦ ଖର୍ଚ୍ଚ ହେବାପାଇଁ ଥିବା ୪୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳଙ୍କ ଜରିଆରେ ଦାନ କରିଛନ୍ତି  । ସେମାନଙ୍କ ବିଶ୍ଵାସ, ଅତିଥିମାନଙ୍କୁ ଭୋଜିଭାତ ଦେଇ ଯେତିକି ପୁଣ୍ୟ ମିଳିଥାନ୍ତା, କରୋନା ଲଢେଇ ପାଇଁ ଏଇ ସ୍ୱଳ୍ପ ସହାୟତା ସେମାନଙ୍କୁ ଅଧିକ ଆତ୍ମତୃପ୍ତି ଦେବ । କଟକ ପାଗା ଅନ୍ତର୍ଗତ ପୁରୁଷୋତ୍ତମପୁରର ନବଦମ୍ପତି ଆଶିଷ ସ୍ୱାଇଁ ଓ ବୈଶାଳୀ ସାହୁ ଏଭଳି  ମହାନ୍ କାମ କରିଛନ୍ତି ।

WED-3କଟକ ଚାରବାଟିଆ ଆଭିଏସନ ରିସର୍ଚ୍ଚ ସେଣ୍ଟରରେ ଏୟାର କ୍ରାଫ୍ଟ ଆସିଷ୍ଟାଣ୍ଟ  ଭାବେ କାର୍ଯ୍ୟରତ  ଥିବା ଆଶିଷ ପିକୋଳ ଗ୍ରାମର ବୈଶାଳୀଙ୍କୁ ବିବାହ କରିବା ପରେ ଏଭଳି ନିଆରା ନିଷ୍ପତ୍ତି ନେଇଥିଲେ । ଏନେଇ ପରିବାର ଓ ଅଞ୍ଚଳବାସୀ ସେମାନଙ୍କୁ ଆଶୀର୍ବାଦ କରିବା ସହିତ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି ।

WED-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.