ପୋଲିସ ସୁରକ୍ଷା ମାଗିଲେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ
ସମ୍ବଲପୁର : ଉତ୍ତରାଞ୍ଚଳ ଆଇଜିଙ୍କ ଦ୍ୱାରାସ୍ଥ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ । ଆଜି ସକାଳେ ଭାଲୁପାଲି ଠାରେ ଥିବା ବିଶାଳଙ୍କ ଏକ ହୋଟେଲକୁ ହଟାତ ଝାରସୁଗୁଡା ପୋଲିସ ପହଂଚିଥିଲେ । କାହାରିକୁ ଭିତରକୁ ଛାଡ଼ିନଥିଲେ । ଏହି ଘଟଣାକୁ ନେଇ ବିଶାଳଙ୍କୁ ମଧ୍ୟ ଜଣାଇନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଶାଳ ଦାସ ।ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସ ତା ଭିତରେ ରହିଥିଲା ।
ସେପଟେ ଏହି ଘଟଣାକୁ ନେଇ ଆଜି ରେଙ୍ଗାଲି ବିଧାୟକ ସମେତ, ଵିଶାଲ ଦାସ, ଝାରସୁଗୁଡା ଜ଼ିଲ୍ଲା ବିଜେଡି ସଭାପତି, ଓ ବିଜେଡି ନେତା ସଞ୍ଜିତ ମହାନ୍ତି ଆଇଜିଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଆଇଜିଙ୍କୁ କାହିଁକି ହୋଟେଲରେ ପୋଲିସ ପଶିଲେ ବୋଲି ପ୍ରଶ୍ନ କରିଥିଲେ । ତେବେ ଏହି ଘଟଣା ପରେ ଵିଶାଲ ଦାସ କହିଛନ୍ତି ପୋଲିସକୁ ଦେଖିଲେ ଡର ଲାଗୁଛି l ପୋଲିସ ସହ କିଛି ସାଦା ପୋଷାକ ଓ ହାଫ ପେଣ୍ଟରେ ମଧ୍ୟ କିଛି ଲୋକ ପ୍ରବେଶ କରିଥିଲେ ।
ଯାହାକୁ ନେଇ ଡର ଲାଗୁଛି କହିଥିଲେ ବିଶାଳ । ମତେ ଓ ମୋ ପରିବାରକୁ ପୋଲିସ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ବିଶାଳ । ସେପଟେ ଆଇଜି କହିଛନ୍ତି ଝାରସୁଗୁଡାରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ତାରି ସର୍ଚ୍ଚ ପାଇଁ ପୋଲିସ ସେଠାକୁ ଯାଇଥିଲା ।