ରାଜ୍ୟ

ବିଶ୍ଵ ହିନ୍ଦୁ ପରିଷଦ ସ୍ଥାପନାକୁ ପୂରିବ ୬୦ବର୍ଷ: ନଭେମ୍ବର ୬ରୁ ଆରମ୍ଭ ହେବ ହିତଚିନ୍ତକ ଅଭିଯାନ

ଭୁବନେଶ୍ବର(କେନ୍ୟୁଜ୍): ୨୦୨୪ରେ ବିଶ୍ଵ ହିନ୍ଦୁ ପରିଷଦ ସ୍ଥାପନାକୁ ପୁରିବ ୬୦ବର୍ଷ। ନଭେମ୍ବର ୬ରୁ ନଭେମ୍ବର ୩୦ ଯାଏ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ହିତଚିନ୍ତକ ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ସମାଜର ପ୍ରତ୍ୟେକ ଜାତି, ବର୍ଗ, ସମୁଦାୟଙ୍କୁ ହିନ୍ଦୁ ସମାଜ ନିର୍ମାଣ ଏବଂ ରାଷ୍ଟ୍ର ହିତ କାର୍ଯ୍ୟରେ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ସାଧାରଣ ବର୍ଗ ନୁହେଁ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, କଳାକାର, କ୍ରୀଡ଼ାବିତ ମାନଙ୍କୁ ମଧ୍ୟ ଏହି ମହତ କାର୍ଯ୍ୟରେ ଯୋଡାଯିବାକୁ ଲକ୍ଷ୍ୟ ରହିଛି।

ହିତଚିନ୍ତକ ଅଭିଯାନର ଲକ୍ଷ୍ୟ ହେଉଛି ବିଶ୍ଵ ହିନ୍ଦୁ ପରିଷଦର ବିଭିନ୍ନ ଅୟାମର କାର୍ଯ୍ୟକୁ ଜନସେବାରେ ବିସ୍ତାର କରିବା ଏବଂ ଏହି ମାଧ୍ୟମରେ ଅବହେଳିତ ଏବଂ ବଞ୍ଚିତ ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରିବା। ସେହିପରି ଗୋବଂଶ ରକ୍ଷା, ସାମାଜିକ ସମରସତ୍ତା, ନାରୀ ସଶକ୍ତିକରଣ, କୁଟୁମ୍ବ ପ୍ରବୋଧନ ମଧ୍ୟ ଏହି ଅଭିଯାନରେ ଅନ୍ତର୍ଭୁକ୍ତ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ଵ ହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ ସମ୍ପାଦକ ପଣ୍ଡିତ ମହେଶ କୁମାର ସାହୁ ଏନେଇ ସୂଚନା ଦେଇଛନ୍ତି।

 

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

19 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

26 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

33 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

41 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

44 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

51 mins ago