କଣ୍ଟାପଡ଼ା ଗ୍ରାମ ମା କ୍ଷେତ୍ରପାଳଙ୍କ ପୀଠରେ ବିଶ୍ୱଶାନ୍ତି ଯଜ୍ଞ ଆୟୋଜିତ

କଟକ କଣ୍ଟାପଡ଼ାଠାରେ ଆୟୋଜିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ମା କ୍ଷେତ୍ରପାଳ ଦେବୀଙ୍କ ନିକଟରେ ଏହି ଯଜ୍ଞ କରାଯାଉଛି । ଆଜି ତାର ପୂର୍ଣ୍ଣାହୂତି ଅଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞରେ ପ୍ରତିଦିନ ରୀତିନୀତି ଅନୁସାରେ ପ୍ରଥମ ଦିନ ଅଙ୍କୁରା ରୋପଣ, ସୂର୍ଯ୍ୟପୂଜା, ଆହୁତି, ଆଳତି ସହ ଚଣ୍ଡୀପାଠ କରାଯାଉଛି । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି । କଣ୍ଟାପଡ଼ା ଗ୍ରାମବାସୀଙ୍କ ସହଯୋଗରେ ସୁଚାରୁ ରୂପେ ଯଜ୍ଞ କାର୍ଯ୍ୟ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.