ଶ୍ରୀମନ୍ଦିର ଚୂଡ଼ାରୁ ଦୃଶ୍ୟମାନ ହେଉଛି କୋଣାର୍କରୁ ଭୁବନେଶ୍ବର, ଅନୁଭୂତି ବଖାଣିଲେ ବରିଷ୍ଠ ଚୁନରା ସେବାୟତ

ପୁରୀ: କୋଭିଡ୍ କଟକଣା ମଧ୍ଯରେ ପ୍ରତ୍ଯକ ଦିନ ମହାପ୍ରଭୁଙ୍କର ଚାଲିଛି ନୀତିକାନ୍ତି। ନୀଳଚକ୍ରରେ ବାନା ବନ୍ଧା ନୀତି ଅନ୍ଯତମ। ଚୁନରା ସେବାୟତମାନେ ପ୍ରତ୍ଯକ ଦିନ ଶ୍ରୀମନ୍ଦିର ଚୁଡାରେ ଚଢି ପତିତପାବନ ବାନା ଲଗାଉଛନ୍ତି । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ମନ୍ଦିର ଭକ୍ତ ଶୂନ୍ଯ ହୋଇପଡିଛି । ସହର ନିକଟବର୍ତ୍ତୀ ଅଞ୍ଚଳ ପ୍ରଦୂଷଣ ମୁକ୍ତ ହୋଇଛି ।

ଏହି ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରୁ ଖୋର୍ଦ୍ଧା,ଗଞ୍ଜାମ,କୋଣାର୍କ ପାହାଡିଆ ଅଞ୍ଚଳ ସବୁଜ ବନାନୀ ଦୃଶ୍ୟମାନ ହେଉଥିବାର କହିଛନ୍ତି ବରିଷ୍ଠ ଚୁନରା ସେବାୟତ ଶରତ ମହାନ୍ତି । ଏହାସହ ୬୦ କିମି ଦୁରେ ଥିବା ଭୁବନେଶ୍ବରର ଖଣ୍ଡଗିରି ଓ ଧଉଳି ପାହାଡର ଦୃଶ୍ୟ ଦେଖାଯାଉଥିବା ସହ ଚିଲିକାର ଅନେକ ଅଂଶ ମଧ୍ଯ ଦେଖାଯାଉଥିବା କହିଛନ୍ତି ।

Leave A Reply

Your email address will not be published.