ନନ୍ଦନକାନନରେ ଆନାକୋଣ୍ଡାକୁ ଦେଖିଲେ ପର୍ଯ୍ୟଟକ, ୩ ବର୍ଷ ହେଲା ଅନାକୋଣ୍ଡା ଆଣିବାକୁ ଜାରି ରହିଥିଲା ପ୍ରୟାସ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନରେ ଆନାକୋଣ୍ଡା ଦେଖିବାର ସୁଯୋଗ ପାଇଲେ ପର୍ଯ୍ୟଟକ । ୧୦ ଦିନ ଅବଜରଭେସନ ମଧ୍ୟରେ ରଖାଯିବା ପରେ ଏବେ ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରୁଛନ୍ତି । ନୂଆବର୍ଷରେ ସବୁଠୁ ଆକର୍ଷଣ ହେବ ଆନାକୋଣ୍ଡା । ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି କର୍ତ୍ତୃପକ୍ଷ । ଦୀର୍ଘ ୩ ବର୍ଷ ହେଲା ଅନାକୋଣ୍ଡା ଆଣିବାକୁ ପ୍ରୟାସ ଜାରି ରଖିଥିଲେ । ଗତ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା । ସେଥିରୁ ୪ଟି ଅଣ୍ଡିରା ଓ ୪ ଟି ମାଈ ଅନାକୋଣ୍ଡା । ଏବେ ପ୍ରତି ଆନାକୋଣ୍ଡାର ଲମ୍ବ ୪ରୁ ୫ଫୁଟ ରହିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ସରୀସୃପ ଉଦ୍ୟାନ ପରିସରରେ ଏକ ଏନକ୍ଲୋଜର ନିର୍ମାଣ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.