ରାଜ୍ୟ

5T ସଚିବଙ୍କ ବାଲେଶ୍ୱର ଗସ୍ତ: ମିଶନ ଶକ୍ତି ମହିଳାଙ୍କ ସହ କଲେ ଆଲୋଚନା, ଆଜି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ସମୀକ୍ଷା

ବାଲେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ମିଶନ ଶକ୍ତି ମହିଳା ସମାବେଶ ସ୍ଥଳରେ ପହଞ୍ଚି ମାଆ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ 5T ସଚିବ। ସମାବେଶରେ ୬ ହଜାରରୁ ଉର୍ଦ୍ଧ୍ଵ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯୋଗଦେଇଥିଲେ । ମିଶନ ଶକ୍ତି ପରିବାର ମୋ ପରିବାର । ମିଶନ ଶକ୍ତି ଓଡ଼ିଶାର ବଡ ପରିବାର କହି ସମ୍ବୋଧିତ କରିଥିଲେ 5T ସଚିବ । ଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଭଲ ପାଆନ୍ତି, ମୋତେ ସେଥିପାଇଁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଗକୁ ନେବା ପାଇଁ ମାଆ ମାନଙ୍କୁ ସାଶକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଗାମୀ ଦିନରେ ସମସ୍ତ କମ୍ୟୁନିଟି କ୍ୟାଡ଼ର ମାନଙ୍କୁ ରାଜ୍ୟ ସରକାର ଦେବେ ସ୍ମାର୍ଟ ଆଇ କାର୍ଡ।

5T ସଚିବ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳବାସୀଙ୍କୁ ୪ଟି ପ୍ରକଳ୍ପ ଶୀଘ୍ର ଭେଟି ଦେଇଥିବା ବେଳେ ଧର୍ମ ପୀଠଗୁଡିକର ନବକଳେବର ହେବ ବୋଲି କହିଛନ୍ତି। ଗୁରୁବାର ବାହନାଗା ହାଇସ୍କୁଲ ପରିଦର୍ଶନ କରିବା ପରେ ଦିନ ୧ଟା ୫୫ ମିନିଟରେ ଔପଦା ବ୍ଲକ ସନ୍ତରାଗଡ଼ିଆ ଠାରେ ସାଳନ୍ଦୀ କେନାଲ ପରିଦର୍ଶନ କରି ସେଠାରେ ନିର୍ମାଣ କାମକୁ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ବଉଳଗଡ଼ିଆରେ ରଘୁନାଥଜୀଉ ପଥର ଶିଳ୍ପ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ବୁଲିବା ସହିତ କାରିଗର ଓ ସଦସ୍ୟଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହାପରେ ପଞ୍ଚଲିଙ୍ଗେଶ୍ୱରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହିତ ମଧ୍ୟାହ୍ଣ ଭୋଜନ କରିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ନୀଳଗିରି ଷ୍ଟାଡିଅମ ପରିସରରେ ମିଶନ ଶକ୍ତିର ହଜାର ହଜାର ମହିଳା ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ ।ପରେ ନୀଳଗିରି ରଥଯାତ୍ରାକୁ ଯାଇ ତିନିଠାକୁରଙ୍କୁ ଦର୍ଶନ କରି ଆଶିଷ କାମନା କରିଥିଲେ।

ଆଜି ଦ୍ୱିତୀୟ ଦିନରେ 5T ସଚିବ ବାଲେଶ୍ୱର ପୌରପାଳିକା ସମେତ ସଦର ବ୍ଲକ, ଭୋଗରାଇ ବ୍ଲକ, ଜଳେଶ୍ୱର ବ୍ଲକ, ବସ୍ତା ବ୍ଲକ ଓ ବାଲିଆପାଳ ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ। ଆଜି ପ୍ରଥମେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ ଶାନ୍ତିକାନନ ଗସ୍ତ କରିବେ। ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ନିକଟରେ ଥିବା ମିଶନ ଶକ୍ତି ବଜାର ପରିଦର୍ଶନ କରିବେ। ସେହିଭଳି ର୍ନିମାଣାଧୀନ ସହଦେବ ଖୁଣ୍ଟା ବସଷ୍ଟାଣ୍ଡର ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍କଳ ବାଳାଶ୍ରମ ଗସ୍ତ କରିବେ। ପରେ ସଦର ବ୍ଲକର ଚାନ୍ଦିପୁର ଗସ୍ତକରିବା ସହ ବଳରାମ ଗଡି ମାଛଧରା କେନ୍ଦ୍ର ଗସ୍ତ କରିବେ। ସେଠାରୁ ପୁଣି ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ମନ୍ଦିର ଗସ୍ତ କରିବାସହ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଜନ୍ମସ୍ଥଳୀ ସଂଖାରି, ପରେ ତାଳସାରି ଜନସଭା,ଉଦୟପୁର ବେଳାଭୂମି, ଜଳେଶ୍ୱର ବ୍ଲକର ମଲ୍ଟି ପରପୋଜ ହଲ, ଗୋବରଘଟା, ବସ୍ତ ବ୍ଲକର ବାହାରଦା ଓ ବାଲିଆପାଳ ବ୍ଲକର ଲଙ୍ଗଳେଶ୍ଵର ଗସ୍ତ କରିବେ ଭି.କେ ପାଣ୍ଡିଆନ୍‌।

 

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago