ପାଣ୍ଡିଆନ୍‌ କହିଲେ ମୋ ସ୍ତ୍ରୀ ବଞ୍ଚିଛି ଆଖଣ୍ଡଳମଣିଙ୍କ ପାଇଁ, ୨୨ ବର୍ଷ ପୂର୍ବରୁ ଆସିଥିଲି ପୁଣି ଆଜି ଆସିଛି

ଆରଡିର ବାବା ଆଖଣ୍ଡଳମଣୀଙ୍କ ମହିମା କେତେ ତାହାକୁ ସେ ଅତି ସୁନ୍ଦର ଭାବେ କହିଛନ୍ତି । ସେ କହିଲେ ଯେ ମୋ ସ୍ତ୍ରୀ ସୁଜାତା ରାଉତ୍‌ ଯେତେବେଳେ ଛୋଟ ଥିଲେ ତାଙ୍କ ଦେହ ଖରାପ ହୋଇଥିଲା । ମେଡ଼ିସିନ ଖାଇବା ପରେ ବି ଭଲ ହୋଇନଥିଲେ ସୁଜାତା । ସେତେବେଳେ ତାଙ୍କ ଜେଜେମା ଆରଡ଼ି ଆଣି ଆଖଣ୍ଡଳମଣି ଙ୍କ ପାଖରେ ପୂଜା କରାଇ ନେବାରୁ ତାଙ୍କ ଦେହ ଭଲ ହୋଇଗଲା ।

ଚାନ୍ଦବାଲି (କେନ୍ୟୁଜ) : ଆଖଣ୍ଡଳମଣୀ ଧାମରେ ପାଣ୍ଡିଆନ୍‌ ବଖାଣିଲେ ନିଜ ସ୍ତ୍ରୀଙ୍କ ପିଲା ବେଳର ଏକ କାହାଣୀ । ଯାହା ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁଥିଲା । ଆରଡିର ବାବା ଆଖଣ୍ଡଳମଣୀଙ୍କ ମହିମା କେତେ ତାହାକୁ ସେ ଅତି ସୁନ୍ଦର ଭାବେ କହିଛନ୍ତି । ସେ କହିଲେ ଯେ ମୋ ସ୍ତ୍ରୀ ସୁଜାତା ରାଉତ୍‌ ଯେତେବେଳେ ଛୋଟ ଥିଲେ ତାଙ୍କ ଦେହ ଖରାପ ହୋଇଥିଲା । ମେଡ଼ିସିନ ଖାଇବା ପରେ ବି ଭଲ ହୋଇନଥିଲେ ସୁଜାତା । ସେତେବେଳେ ତାଙ୍କ ଜେଜେମା ଆରଡ଼ି ଆଣି ଆଖଣ୍ଡଳମଣି ଙ୍କ ପାଖରେ ପୂଜା କରାଇ ନେବାରୁ ତାଙ୍କ ଦେହ ଭଲ ହୋଇଗଲା । ମୁଁ ସୁଜାତାଙ୍କୁ ବାହା ହେବା ପରେ ତାଙ୍କ ବିଷୟରେ ଓ ଆରଡ଼ି ବିଷୟରେ ମୋତେ କହିଥିଲେ । ମୁଁ ତାଙ୍କ ଠାରୁ ଆରଡ଼ି ଆଖଣ୍ଡଳମଣି ଙ୍କ ବିଷୟରେ ଜାଣିଲି ।୨୨ ବର୍ଷ ତଳେ ମୁଁ ଓ ମୋ ସ୍ତ୍ରୀ ଆରଡ଼ି ଆସିଥିଲୁ । ମୋ ସ୍ତ୍ରୀ ମୋତେ କହିଥିଲେ ଯଦି ମୁଁ ବଂଚିଛି କେବଳ ଆଖଣ୍ଡଳମଣି ଙ୍କ ପାଇ । ସେବେଠୁ ଆରଡ଼ି ବାବଦରେ ଜଣିଥିଲି । ଆଜି ସୁଯୋଗ ମିଳିଛି ଆଖଣ୍ଡଳମଣି ପୀଠ ପାଇଁ କିଛି କରିବାକୁ ।

କହିରଖିବାକୁ ଚାହିଁବୁ ଯେ ଅରଜି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପହଁଚିଥିଲେ। ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ 5ଟି ଅଧକ୍ଷ ଆଖଣ୍ଡଳମଣି ମନ୍ଦିରକୁ ଯାଇ ପୂଜା କରିବା ସହ ଆଶିଷ ଲାଭ କରିଥିଲେ ।

କାର୍ଯ୍ୟକ୍ରମ ଅନୁସାରେ ପୀଠର ଦ୍ୱିତୀୟ ପର୍ଯ୍ୟାୟ ବିକାଶ ମୂଳକ କାମ ପ୍ରସଙ୍ଗରେ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ଅଫିସରଙ୍କ ସହ କାର୍ଯ୍ୟ ବାବଦରେ ଆଲୋଚନା କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ସମୟରେ ବିକାଶମୂଳକ କାମ ପାଇଁ କ୍ଷତିଗ୍ରସ୍ତ ହେଉଥିବା ସେବାୟତଙ୍କୁ ଜାଗା ଓ ଘରର ପାଞ୍ଚ ଗୁଣା କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ରଖିଥିଲେ ।

 

You might also like