ମାନବିକତାର ପରିଚୟ ଦେଖାଇଲେ ସ୍ଵେଚ୍ଛାସେବୀ ସଂଗଠନ

ଉଦଳା: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏକଥା ସତ ଯିଏ ଅନ୍ୟ ଦୁଃଖରେ ଦୁଃଖୀ ଓ ଅନ୍ୟ ସୁଖରେ ସୁଖୀ ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ ହୋଇଥାଏ । ପଶୁ ହେଉ କି ମଣିଷ ଯିଏ ନିଜ କଷ୍ଟକୁ ଭୁଲି ଅନ୍ୟର କଷ୍ଟକୁ ଲାଘବ କରେ ସେହି ଦେଇଥାଏ ମାନବିକତାର ପରିଚୟ ।
ଆପଣ ଦେଖିପାରୁଛନ୍ତି ଏହି ଦୃଶ୍ୟକୁ କିପରି ବୁଲା ଷଣ୍ଢଟିର ଚିକିତ୍ସା ଚାଲିଛି । କାହିଁକି ନା ବୁଲା ଷଣ୍ଢ ଦେହରେ ଘା’ ହୋଇଥିଲା। କେତେ କଷ୍ଟ ପାଉଥିଲା ସେ । ସମସ୍ତେ ଦେଖୁଥିଲେ ହେଲେ ଷଣ୍ଢ ବୋଲି ତା କଷ୍ଟକୁ ବୁଝି ପାରୁ ନଥିଲେ। କିନ୍ତୁ ଷଣ୍ଢର କଷ୍ଟକୁ ଦେଖି ଉଦଳା ମେଣ୍ଢାଖାଇ ନବଜ୍ୟୋତି କ୍ଲବର କିଛି ସ୍ଵେଚ୍ଛାସେବୀ ଯୁବକ ଚିକିତ୍ସା ପାଇଁ ଆଗେଇ ଆସିଥିଲେ। ଏଇ ଷଣ୍ଢ ଟିର ଚିକିତ୍ସା ଚାଲିଥିବା ବେଳେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲାଣି ।
ସ୍ଥାନୀୟ ଉଦଳା ପଶୁ ଚିକିତ୍ସକଙ୍କୁ ଖବର ଦେବା ପରେ ଚାଲିଛି ଚିକିତ୍ସା । ତେବେ ଆଜକୁ ୫ ଦିନ ହେବ ଷଣ୍ଢ ଟିର ଚିକିତ୍ସା ଚାଲିଥିବା ବେଳେ ଏବେ ଆଗ ଅପେକ୍ଷା ସୁସ୍ଥ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଏହି ସ୍ଵେଚ୍ଛାସେବୀ ଯୁବକ ମାନେ ଷଣ୍ଢ ଟିକୁ ତିନି ଓଳି କୁଟା, କୁଣ୍ଡା ଓ ତୋରାଣି ଖାଇବାକୁ ଦେଉଛନ୍ତି । ଯେଉଁ ଷଣ୍ଢଟି ଠିକ୍ ଭାବରେ କଷ୍ଟ ପାଇ ଚାଲି ପାରୁନଥିଲା ଆଜି କିଛି ମାତ୍ରାରେ ସୁସ୍ଥ ହୋଇ ନିଜେ ଛିଡା ହୋଇ ପାରୁଛି। ତେବେ ଏହି ସଂଗଠନର ସଦସ୍ୟ ମାନେ ବିଭିନ୍ନ ସମୟରେ ପଶୁ ପକ୍ଷୀ ମାନଙ୍କର ସେବା କରୁଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ମହାନତା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।