ଟାଙ୍ଗୀ: ଭୁବନେଶ୍ୱରରୁ ପାଦରେ ଚାଲି ଚାଲି ଗାଁକୁ ଯାଉଥିଲେ ଶ୍ରମିକ, ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ

ଟାଙ୍ଗୀ(କେନ୍ୟୁଜ୍):  କରୋନା କଟକଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ । ରାଜ୍ୟରେ ଲକ୍‌ ଡାଉନ୍‌ ଯୋଗୁଁ ଦୋକାନ ବଜାର, ହୋଟେଲ ସବୁ ବନ୍ଦ । ଫଳରେ ଦିନ ମଜୁରିଆ ଖାଇବାକୁ ନପାଇ ବହୁ ହଇରାଣ ହେଉଛନ୍ତି । ଏଭଳି ସ୍ଥିତିରେ ଭୁବନେଶ୍ୱରରୁ ପାଦରେ ଚାଲି ଚାଲି ଗାଁକୁ ଯାଉଥିବା ଗଞ୍ଜାମ ଜିଲ୍ଲା ଶ୍ରମିକଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି କେନ୍ୟୁଜ ଟାଙ୍ଗୀ ପ୍ରତିନିଧି ଓ ରତନପୁର ଗାଁର ମା’ ଗୌରୀ ସାଂସ୍କୃତିକ ସଂଗଠନର ସଦସ୍ୟ । ସେମାନଙ୍କୁ ଖାଇବାକୁ ଚୁଡ଼ା, କଦଳୀ, ବିସ୍କୁଟ ଓ ପାଣି ବୋତଲ ଦେବା ସହ ଗାଁକୁ ଯିବାକୁ ଏକ ଟ୍ରକ୍‌କୁ ଅନୁରୋଧ କରି ବ୍ୟବସ୍ତା କରିଥିଲେ । ଏହାପରେ ଶ୍ରମିକମାନେ କେନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ।

 

Leave A Reply

Your email address will not be published.