ଭୋଟ ନେଲେ, ଆଉ ବିଜୟ ପରେ ଭୁଲିଗଲେ, ବିଜେଡି ପକ୍ଷରୁ ଜୟପୁର ବ୍ଲକ କାର୍ଯ୍ୟାଳୟ ଘେରାଉ

ଜୟପୁର: ପ୍ରତିଶ୍ରୁତି ଦେଇ ଭୋଟ ନେଲେ, ଆଉ ବିଜୟ ପରେ ଭୁଲିଗଲେ । ଏଭଳି ଅଭିଯୋଗ ଆଣିଛନ୍ତି ଜୟପୁର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ଭତ୍ତାଧାରୀଙ୍କୁ ମାସିକ ଭତ୍ତା ୩୦୦୦ ବୃଦ୍ଧି ସହ ସୁଭଦ୍ରା ଯୋଜନା ଓ ୩ଶହ ୟୁନିଟ ମାଗଣା ବିଜୁଳିର ପ୍ରତିଶୃତି ଏବେ ପାଣିର ଗାର । ବିଜେପି ସରକାର ଉପସ୍ଥାପିତ କରିଥିବା ବଜେଟରେ ବୟସ ବୃଦ୍ଧି କରି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଜୟପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି ।