ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ

ବ୍ରଜରାଜନଗର(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ। ବିଜେଡିର ଅଳକା ମହାନ୍ତି, ବିଜେପି ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ସମେତ ୧୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର । ୫୦ ପ୍ରତିଶତ ବୁଥେରେ ୱେବକାଷ୍ଟିଂ ବ୍ୟବସ୍ଥା ହୋଇଛି ।

ସେଥିମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ଓ ୫ଟି ପିଙ୍କ ବୁଥ୍‌ ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ହଜାରେ ପୋଲିସଙ୍କ ସହ ୩ କମ୍ପାନୀ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନରେ ସମୁଦାୟ ୧୧ ଜଣ ପ୍ରାର୍ଥୀ ଅଛନ୍ତି । ଆସନ୍ତା ୩ ତାରିଖରେ ଭୋଟ୍‌ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

ଏପଟେ ପ୍ରତି ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସବୁ ବୁଥରେ ରହିଛି ଭୋଟର ସହାୟତା କେନ୍ଦ୍ର । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି । ଆଇଶୃଙ୍ଖଳା ରକ୍ଷା ପାଇଁ ୧୦୦୦ ପୋଲିସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.