ବ୍ରଜରାଜନଗର ଉପ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

(କେନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଅପରାହ୍ଣ ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେଡିର ଅଳକା ମହାନ୍ତି, ବିଜେପି ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ସମେତ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର । ୫୦ ପ୍ରତିଶତ ବୁଥେରେ ୱେବକାଷ୍ଟିଂ ବ୍ୟବସ୍ଥା ହୋଇଛି । ବିଶେଷକରି ମହିଳା ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । କଡ଼ା ସୁରକ୍ଷାରେ ଭୋଟଗ୍ରହଣ ହୋଇଛି । ଆସନ୍ତା ୩ ତାରିଖରେ ଭୋଟଗଣତି ଓ ଫଳାଫଳ ପ୍ରକାଶ ପାଇବ ।

 

Leave A Reply

Your email address will not be published.