ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ, ବୁଥ୍‌ରେ ପ୍ରବେଶ କରିବା ମାତ୍ରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଦିଆଯାଉଛି ଗ୍ଲୋଭସ୍

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍‌ ଦେଉଛନ୍ତି ଦୁଇ ନିର୍ବାଚନମଣ୍ଡଳୀର ଭୋଟର । କୋଭିଡ୍‌ ପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି । ମତଦାନ ପୂର୍ବରୁ ବୁଥ୍‌ ଗୁଡିକୁ ସାନିଟାଇଜ୍‌ କରାଯାଇଛି। ବୁଥ୍‌ରେ ପ୍ରବେଶ ମାତ୍ରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସେମାନଙ୍କୁ ଗ୍ଲୋଭସ ଦିଆଯାଉଛି । ଗ୍ଲୋଭସ ପିନ୍ଧି ଇଭିଏମରେ ଭୋଟ୍‌ ଦେଉଛନ୍ତି ଭୋଟର୍‌ । ଯେଉଁ ଭୋଟରଙ୍କ ଶରୀରର ତାପମାତ୍ରା ଅଧିକ ରହିବ, ସେମାନଙ୍କୁ ଟୋକନ ଦିଆଯିବ । ସେମାନେ ଶେଷରେ ଭୋଟ ଦେବେ । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ।

ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୩୪୬ଟି ବୁଥ୍‌ରେ ଭୋଟ୍‌ ଦେବେ ୨ ଲକ୍ଷ ୩୦ ହଜାର ୨୯୭ ଭୋଟର । ସୁରକ୍ଷାକୁ ଦୃଷ୍ଟିରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିଭଳି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୩୭୩ଟି ବୁଥ୍‌ କରାଯାଇଛି । ତିର୍ତ୍ତୋଲରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ, ୩ ପ୍ଲାଟୁନ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.