ଆଜି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚାଲିଛି ମତଦାନ, ମଇଦାନରେ ୪୩ ଜଣ ପ୍ରାର୍ଥୀ

ଆଜି ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ ମତଦାନ। ମଇଦାନରେ ୪୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ବରଗଡ(କେନ୍ୟୁଜ୍): ଆଜି ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ । ଆଜି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ ମତଦାନ। ମଇଦାନରେ ୪୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ନଗରପାଳ ପଦ ପାଇଁ ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ ।

ବିଜେଡି ଦଳର ପ୍ରାର୍ଥୀ ବନମାଳୀ ବରିହା , ବିଜେପି ଦଳର ପ୍ରାର୍ଥୀ ଲକ୍ଷ୍ମୀ ବେହେରା , କଂଗ୍ରେସ ଦଳର ପ୍ରାର୍ଥୀ ସବିତା ଭୂଏ ହୋଇଥିବା ବେଳେ ଜଣେ ସ୍ୱାଧିନ ପ୍ରାର୍ଥୀ ଅଛନ୍ତି। ଏହାସହ ୧୨ ଟି କାଉନସିଲ ପଦ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ପରୀକ୍ଷା ଦେବେ। ଅତାବିରା ସହରବାସୀ ୧୬ଟି ଭୋଟ କେନ୍ଦ୍ରରେ ମତଦାନ କରିବେ। ମୋଟ ୧୩ହଜାର ୫୨୦ ଜଣ ଭୋଟରଙ୍କ ମଧ୍ୟରୁ ୬୭୭୭ ଜଣ ମହିଳା ଏବଂ ୬୭୪୩ ଜଣ ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି।